ନୂଆଦିଲ୍ଲୀ : ମଙ୍ଗଳବାର ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦ୍ରେ ମତଦାନ କରିଥିଲେ । ଏହା ପରେ ସେ ଓଡ଼ିଶାର ବାଲେଶ୍ୱର ଏବଂ ପରେ ପଶ୍ଚିମବଙ୍ଗର ଆସାନସୋଲ ଯାଇ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ଦୁଇଟି ରାଜ୍ୟରେ ନିର୍ବାଚନୀ ସଭାରେ ଯୋଗ ଦେଇ ମୋଦୀଜୀ ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ । ଏ ମଧ୍ୟରେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଟିଏମ୍ସକୁ କଡ଼ା ସମାଲୋଚନା କରିଥିବା ଦେଖା ଯାଇଥିଲା ।
/sambad/media/post_attachments/wp-content/uploads/2019/04/5c3553331d00007a0332f124-300x150.jpeg)
ଟିଏମ୍ସିକୁ ସମାଲୋଚନା କରି ମୋଦୀ କହିଥିଲେ, ଟିଏମ୍ସିର ଏବେ ଏଭଳି ଅବସ୍ଥା ହୋଇଗଲାଣି କି, ତାକୁ ନିର୍ବାଚନୀ ପ୍ରଚାର ପାଇଁ ବିଦେଶରୁ ଫିଲ୍ମ କଳାକାରଙ୍କୁ ଡ଼ାକିବାକୁ ପଡ଼ୁଛି । ଏହା ପରେ ମମତା ବାନାର୍ଜୀଙ୍କୁ ସମାଲୋଚନା କରି କହିଛନ୍ତି, ଦିଦି ସ୍ୱଳ୍ପ ଆସନ ପାଇଁ ଲଢ଼ି ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି । ଯଦି ପ୍ରଧାନମନ୍ତ୍ରୀ ପଦର ନିଲାମୀ ହେଉଥାନ୍ତା, ତେବେ ଦିଦି ଏବଂ କଂଗ୍ରେସ ଯେଉଁ କଳାଧନ ରଖିଛନ୍ତି, ତାକୁ ଧରି କିଣିବାକୁ ଚାଲି ଆସିଥାନ୍ତେ । ନାରଦା, ସାରଦା ଏବଂ ରୋଜ୍ଭ୍ୟାଲି କେବଳ ଏକ ଘୋଟାଲା ନୁହେଁ, ଗରିବଙ୍କ ସହ କରାଯାଇଥିବା ଏକ ଅପରାଧ। ଯଦି ଜଣେ ମୁଖ୍ୟମନ୍ତ୍ରୀ ଗରିବଙ୍କୁ ଲୁଟୁଥିବା ପକ୍ଷକୁ ସମର୍ଥନ କରେ, ତେବେ ପରିସ୍ଥିତି କ’ଣ ହେବ ଆପଣମାନେ ଜାଣି ପାରୁଥିବେ।