ନୂଆଦିଲ୍ଲୀ: ମୋଦୀ ୩.୦ କ୍ୟାବିନେଟରେ ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ) ମୁଖ୍ୟ ଚିରାଗ ପାସୱାନଙ୍କୁ ସ୍ଥାନ ଦିଆଯାଇଛି। ଲୋକସଭା ନିର୍ବାଚନ ​​୨୦୨୪ରେ ସେ ବିହାରର ହାଜିପୁର ଆସନରୁ ଜିତିଥିଲେ। କେବଳ ଏତିକି ନୁହେଁ ତାଙ୍କ ଦଳ ପାଞ୍ଚଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ସମସ୍ତ ପାଞ୍ଚଟି ଆସନ ଜିତିଥିଲା। ବର୍ତ୍ତମାନ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ କ୍ୟାବିନେଟରେ ମନ୍ତ୍ରୀ କରାଯାଇଛି। ଏମଧ୍ୟରେ ତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରାର୍ଥୀପତ୍ର ଦାଖଲ ବେ‌ଳେ ସେ ଯେଉଁ ସତ୍ୟପ‌ାଠ ଦାଖଲ କରିଥିଲେ ସେଥିରେ ସେ ନିଜ ସମ୍ପତ୍ତିର ବିବରଣୀ ଦେଇଥିଲେ।

Advertisment

ଦେଇଥିବା ବିବରଣୀ ମୁତାବକ, ବଲିଉଡରେ ଅଭିନୟ କ୍ୟାରିଅର୍ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ହୋଇଥିବା ଚିରାଗ ପାସୱାନଙ୍କ ପାଖରେ ୨.୬୮ କୋଟି ଟଙ୍କା ମୂଲ୍ୟର ସ୍ଥାବର-ଅସ୍ଥାବର ସମ୍ପତ୍ତି ରହିଛି। ଏହା ସହ ତାଙ୍କ ନାମରେ କୌଣସି ଋଣ ନାହିଁ। ଏହା ଛଡ଼ା ତାଙ୍କ ପାଖରେ ୪୨,୦୦୦ ଟଙ୍କା ନଗଦ ଥିବାବେଳେ ପ୍ରାୟ ୭୭ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇ ରହିଛି। ବିହାରର ହାଜିପୁର ଆସନ ତାଙ୍କ ପିତାଙ୍କ ପାରମ୍ପାରିକ ଆସନ, ଯେଉଁଠାରୁ ସ୍ୱର୍ଗତ ରାମ ବିଲାସ ପାସୱାନ ୯ଥର ସାଂସଦ ହୋଇଥିଲେ। ବର୍ତ୍ତମାନ ତାଙ୍କ ପୁଅ ଚିରାଗ ପାସୱାନ ତାଙ୍କ ପିତାଙ୍କ ଆସନରୁ ଜିତି ମନ୍ତ୍ରୀ ହୋଇଛନ୍ତି।