ମୁମ୍ବାଇ: ରାଫେଲ ଲଢ଼ୁଆ ବିମାନ କ୍ରୟକୁ କେନ୍ଦ୍ର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଚାଲିଥିବା ବାକ୍ଯୁଦ୍ଧ ଥମିବାର ନାଁ ନେଉ ନାହିଁ। ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଥରେ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ।
ମହାରାଷ୍ଟ୍ରର ସୋଲାପୁର ଠାରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି ଯେ ଉପା ସରକାରର ଶାସନ କାଳରେ ରାଫେଲ ଡିଲ୍ କାହିଁକି ଅଟକି ରହିଥିଲା? ଉପା ଶାସନ କାଳରେ ରାଫେଲ ଡିଲ୍ ଅଟକିବା ପଛର କାରଣ କ’ଣ ଥିଲେ ‘ମାଇକେଲ୍ ମାମା’ କି ବୋଲି ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରି କହିଛନ୍ତି ଯେ ଅଗସ୍ତା େଓ୍ଵଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତିର ମୁଖ୍ୟ ଦଲାଲ ଖ୍ରିଷ୍ଟିଆନ୍ ମାଇକେଲ କେବଳ ମାତ୍ର ଅଗସ୍ତା େଓ୍ଵଷ୍ଟଲାଣ୍ଡ ହେଲିକପ୍ଟର ସହ ସଂପୃକ୍ତ ନଥିଲେ, ଫ୍ରାନ୍ସ ଠାରୁ ଲଢ଼ୁଆ ଯୁଦ୍ଧ ରାଫେଲ ବିମାନ କ୍ରୟ ପାଇଁ ମାଇକେଲ ମଧ୍ୟ ଉପା ସରକାରରେ ଦଲାଲ ସାଜିଥିଲେ। ଆଉ ‘ସାହେବଜାଦାଙ୍କ’ ଏହି ‘ମାଇକେଲ ମାମା’ ପାଇଁ ଉପା ସରକାର ଏହି କ’ଣ ଏହି ରାଫେଲ ଡିଲ୍କୁ ଅଟକାଇ ଦେଇଥିଲେ? ଏପ୍ରଶ୍ନର ଉତ୍ତର ଏବେ ଖୋଜୁଛି ତଦନ୍ତକାରୀ ଏଜେନ୍ସି ଏବଂ ଖୁବ୍ ଶୀଘ୍ର ଏସବୂ ପ୍ରଶ୍ନର ଉତ୍ତର ସାମନାକୁ ଆସିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।