ଲୋକପ୍ରିୟତାରେ ତୃତୀୟ ସ୍ଥାନରେ ମୋଦୀ, ପ୍ରଥମରେ କିଏ ? ଜାଣନ୍ତୁ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେ ଦେଶ ପାଇଁ କରୁଥିବା କାମ ଦେଶକୁ ବିକାଶ ପଥରେ ନେବା ସହ ତାଙ୍କ କାମ ଲୋକଙ୍କ ମନ ମଧ୍ୟ କିଣିବା ଆରମ୍ଭ କରିଛି । ଲଗାତାର ଦୁଇ ଥର ପ୍ରଧାନମନ୍ତ୍ରୀ ହେବା ସହ ଏବେ ସେ ଲୋକଙ୍କର ହୃଦୟର ରାଜା ପାଲଟି ଯାଇଛନ୍ତି । ରାଜନୀତି ସହ ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଲୋକପ୍ରିୟତା ବଢ଼ୁଥିବା ଦେଖାଯାଇଛି । ସୋମବାର ଟୁଇଟ୍‌ରରେ ତାଙ୍କ  ଫଲୋୟର୍ସ ସଂଖ୍ୟା ୫କୋଟି ଛୁଇଁଥିବା ନେଇ ସୂଚନା ମିଳିଛି । ଟୁଇଟ୍‌ରେ ସବୁଠାରୁ ଅଧିକ ଫଲୋ କରାଯାଉଥିବା ନେତାଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି ମୋଦୀ ।

namo_090919025211.jpg
aajtak.intoday.in

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ବନିବା ପୂର୍ବରୁ ହିଁ ମୋଦୀଜୀ ଟୁଇଟ୍‌ର ସହ ଜଡ଼ିତ ଅଛନ୍ତି । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ଟୁଇଟ୍‌ର ଜରିଆରେ ଲୋକଙ୍କ ସୁବିଧା ଅସୁବିଧା ବୁଝୁଥିଲେ ।  ଏବେ ତାଙ୍କୁ ଟୁଇଟ୍‌ରରେ ଆକାଉଣ୍ଟ ଖୋଲିବାର ପ୍ରାୟ ୧୦ବର୍ଷ ହୋଇଯାଇଥିବା ଜଣାପଡ଼ିଛି । ତେବେ ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ସ୍ଥାନରେ ରହିଥିବା ବେଳେ ଲୋକପ୍ରିୟତାରେ ପ୍ରଥମରେ ରହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ୍‌ ଓବାମା । ଯାହାଙ୍କ ଫଲୋୟର୍ସ ସଂଖ୍ୟା ରହିଛି ୧୦.୦୮କୋଟି । ସେଇଭଳି ଦ୍ୱିତୀୟରେ ରହିଛନ୍ତି ଡୋନାଲ୍‌ଡ୍‌ ଟ୍ରାମ୍ପ, ଯାହାଙ୍କ ଫଲୋୟର୍ସ ସଂଖ୍ୟା ରହିଛି ୬.୪କୋଟି ।

ସମ୍ବନ୍ଧିତ ଖବର