ନୌ‌ସେନା ଦିବସ ଅବସରରେ ଭିଡିଓ ଜାରି କରି ଭାରତୀୟ ନୌସେନାକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଅ‌ାଦିଲ୍ଲୀ: ନୌସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜ ନିଜର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ଭାରତୀୟ ନୌସେନାର ସାହସୀ ବ୍ୟକ୍ତିତ୍ବମାନଙ୍କୁ ଆମେ ସାଲ୍ୟୁଟ୍‌ କରୁଛୁ। ସେମାନଙ୍କର ମୂଲ୍ୟବାନ ସେବା, ତ୍ୟାଗ ଆମ ଦେଶକୁ ଶକ୍ତିଶାଳୀ ଓ ସୁରକ୍ଷିତ କରିଛି।’ ଏକ ଭିଡିଓ ଜାରି କରି ମୋଦୀ ଭାରତୀୟ ନୌସେନାର ସାମୁଦ୍ରିକ ସୀମାନ୍ତରେ ଗୁରୁତ୍ବକୁ ବାଖ୍ୟା କରିଛନ୍ତି।’

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିିଂହ ଟ୍ବିଟ୍‌ କରି ଲେଖିଛନ୍ତି, ‘ନୌସେନା ଦିବ‌ସରେ ମୁଁ ଭାରତୀୟ ନୌସେନା ଓ ନୌସେନା କର୍ମୀଙ୍କ ପରିବାରକୁ ଶୁଭକାମନା ଦେଉଛି। ଭାରତୀୟ ନୌସେନା ଉପରେ ପୂରା ଦେଶର ବିଶ୍ବାସ ଓ ଗର୍ବ ରହିଛି। ଭାରତୀୟ ସାମୁଦ୍ରିକ ଶକ୍ତିର ଏହା ଏକ ଉଦାହରଣ। ସେମାନଙ୍କ ଅଦମ୍ୟ ସାହସ ଓ ବୀରତାକୁ ମୁଁ ସାଲ୍ୟୁଟ୍‌ କରୁଛି।

ସମ୍ବନ୍ଧିତ ଖବର