ଜିମରେ ପ୍ରଧାନମନ୍ତ୍ରୀ ! ‘ମେଜର୍‌ ଧ୍ୟାନଚାନ୍ଦ ସ୍ପୋର୍ଟସ୍‌ ୟୁନିଭର୍ସିଟି’ର ଶିଳାନ୍ୟାସ ପୂର୍ବରୁ ବ୍ୟାୟମ କଲେ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ‘ମେଜର୍‌ ଧ୍ୟାନଚାନ୍ଦ ସ୍ପୋର୍ଟସ୍‌ ୟୁନିଭର୍ସିଟି’ର ଶିଳାନ୍ୟାସ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମିରଟ୍‌ରେ ପହଞ୍ଚିଥିଲେ। ହେଲେ ଶିଳାନ୍ୟାସ ପୂର୍ବରୁ ପ୍ରଧାନମନ୍ତ୍ରୀ ଯେଉଁ କାମ କରିଥିଲେ, ତାହା ଏବେ ଖୁବ ଚର୍ଚ୍ଚାରେ ରହିଛି। ସମସ୍ତ ଦେଶବାସୀ ଜାଣନ୍ତିି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାସ୍ଥ୍ୟ ଏବଂ ବ୍ୟାୟାମକୁ ନେଇ କେ‌ତେ ଗମ୍ଭୀର। ପୂର୍ବରୁ ପ୍ରଧାନମନ୍ତ୍ରୀ ଯୋଗ କରିବାକୁ ଭଲ ପାଆନ୍ତି ବୋଲି ସାମ୍ନାକୁ ଆସିଛି। ଏମିତି କି ଯୋଗ ଦିବସରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଦେବା ସହ ନିଜେ ଯୋଗ ମଧ୍ୟ କରିଥାନ୍ତି। ହେ‌ଲେ ଏବେ ଜିମରେ ରହୁଥିବା ଉପକରଣ ପ୍ରତି ମଧ୍ୟ ତାଙ୍କର ଦୁର୍ବଳତା ଥିବା ଦେଖାଯାଇଛି।


ABP NEWS HINDI

ସୂଚନା ମୁତାବକ, ‘ମେଜର୍‌ ଧ୍ୟାନଚାନ୍ଦ ସ୍ପୋର୍ଟସ୍‌ ୟୁନିଭର୍ସିଟି’ର ଶିଳାନ୍ୟାସ ଖେଳାଳିଙ୍କ ପାଇଁ ରଖାଯାଇଥିବା ଏକ ଜିମ ଉପକରଣରେ ପ୍ରଧାନମନ୍ତ୍ରୀ ବ୍ୟାୟାମ କରିଥିଲେ ବୋଲି ଜଣାପଡ଼ିଛି। ଏହାର ଭିଡିଓ ଏବଂ ଫଟୋ ମଧ୍ୟ ଏବେ ଭାଇରାଲ ହୋଇଛି। ଭିଡିଓରେ ପ୍ରଧାନମନ୍ତ୍ରୀ ଜିମ ଉପକରଣ ଉପରେ ବସି ବ୍ୟାୟାମ କରୁଥିବା ଦେଖାଯାଇଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାରି କରିଥିବା ବିବୃତି ଅନୁସାରେ, ମିରଟ୍‌ରେ ଥିବା ସରଧନା ନଗରୀ ଅନ୍ତର୍ଗତ ସାଲାୱା ଓ କୈଲି ଗ୍ରାମରେ ଉପରୋକ୍ତ ବିଶ୍ବବିଦ୍ୟାଳୟ ସ୍ଥାପନ କରାଯିବ। ସେଥିପାଇଁ ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ମିରଟ୍‌ରେ ‘ମେଜର୍‌ ଧ୍ୟାନଚାନ୍ଦ ସ୍ପୋର୍ଟସ୍‌ ୟୁନିଭର୍ସିଟି’ ସ୍ଥାପନା ତାଙ୍କ ଲକ୍ଷ୍ୟ ହାସଲ ଦିଗରେ ଗୋଟାଏ ପ୍ରମୁଖ ପଦକ୍ଷେପ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି।

ଉକ୍ତ ବିଶ୍ବବିଦ୍ୟାଳୟରେ କୃତ୍ରିମ ହକି ପଡ଼ିଆ, ଫୁଟ୍‌ବଲ୍‌ ପଡ଼ିଆ, ବାସ୍କେଟ୍‌ ବଲ୍‌, ଭଲିବଲ୍‌, ହ୍ୟାଣ୍ଡ୍‌ବଲ୍‌, କବାଡ଼ି ପଡ଼ିଆ, ଲନ୍‌ ଟେନିସ୍ କ‌ୋର୍ଟ, ଜିମ୍‌ନାସିୟମ୍‌ ହଲ୍‌, କୃତ୍ରିମ ଦୌଡ଼ ଷ୍ଟାଡିୟମ୍‌, ସୁଇମିଙ୍ଗ୍‌ ପୁଲ୍‌, ମଲ୍‌ଟିପର୍ପୋଜ୍‌ ହଲ୍‌ ଏବଂ ସାଇକ୍ଲିଙ୍ଗ୍‌ ଭେଲୋଡ୍ରମ୍‌ ଭଳି ଆଧୁନିକ ଏବଂ ଅତ୍ୟାଧୁନିକ ବ୍ୟବସ୍ଥା ରହିବ।

ଏହା ବ୍ୟତିରେକେ, ସେଥିରେ ସୁଟିଙ୍ଗ୍, ସ୍କ୍ବାସ୍‌, ଜିମ୍‌ନାଷ୍ଟିକ୍ସ, ୱେଟ୍‌ଲିଫ୍‌ଟିଙ୍ଗ୍, ଆର୍ଚେରି, କ୍ୟାନୋଇଙ୍ଗ୍‌ ଏବଂ କାୟାକିଙ୍ଗ୍‌ ଆଦି ପ୍ରଶିକ୍ଷଣ ସୁବିଧା ମଧ୍ୟ ରହିବ। ସେଠାରେ ୫୪୦ ଜଣ ମହିଳାଙ୍କ ସମେତ ୧୦୮୦ କ୍ରୀଡ଼ାବିତ୍‌ଙ୍କ ତାଲିମ ପାଇଁ ବ୍ୟବସ୍ଥା ରହିବ।

ସମ୍ବନ୍ଧିତ ଖବର