ଜି ଜିନ୍‌ପିଙ୍ଗ୍‌ଙ୍କୁ ହାତବୁଣା ରେଶମ ପ୍ରତିକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ମଧ୍ୟାହ୍ନ ଭୋଜନ ସମୟରେ ଗୋଟାଏ ହାତବୁଣା ରେଶମ ପ୍ରତିକୃତି ଉପହାର ଦେଇଛନ୍ତି।

କୋଇମ୍ବାଟୋର୍‌ ଜିଲ୍ଲା ଅନ୍ତର୍ଗତ ସିରୁମୁଗାଇପୁଡୁର୍‌ର ‘ଶ୍ରୀରାମଲିଙ୍ଗା ସୌଦାମ୍ବିଗାଇ ହସ୍ତତନ୍ତ ସମବାୟ ସମିତି’ ଦ୍ୱାରା ଜି ଜିନ୍‌ପିଙ୍ଗଙ୍କର ଏହି ପ୍ରତକୃତି ତିଆରି କରାଯାଇଛି। ଖାଣ୍ଟି ମଲ୍‌ବେରି ରେଶମ ଓ ସୁନାଜରିରେ ଏହି ପ୍ରତିକୃତି ତିଆରି ହୋଇଛି।

Image Source: The Times of India

ଦୁଇ ପାଖରେ ଫୁଲଧଡ଼ି ପଡ଼ିଥିବା ଲାଲ୍‌ ପୃଷ୍ଠଭୂମି ଉପରେ ଏହି ପ୍ରତିକୃତି ବୁଣାଯାଇଛି। ଏହାକୁ ଶେଷ କରିବାକୁ ପାଞ୍ଚ ଦିନ ଲାଗିଥିଲା। ରେଶମ ବୁଣା ତାମିଲନାଡୁର ଅତି ପ୍ରାଚୀନ ପରମ୍ପରା।

କୋବଲମ୍‌ସ୍ଥିତ ତାଜ୍‌ ଫିସର୍‌ମ୍ୟାନ୍‌ସ୍‌ କୋଭ୍‌ ହୋଟେଲ୍‌ରେ ଆୟୋଜିତ ଏକ ହସ୍ତଶିଳ୍ପ ଓ ହସ୍ତତନ୍ତ ପ୍ରଦର୍ଶନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ବୁଲିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ତାଙ୍କୁ କେତେକ ଜିନିଷ ସମ୍ପର୍କରେ କିଛି ବୁଝାଉ ଥିଲେ।

ସମ୍ବନ୍ଧିତ ଖବର