ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି, ଆଉ ଅନ୍ୟ ପଟେ ତାଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ। ସୁରକ୍ଷିତ ନାହାନ୍ତି ଦେଶର ପ୍ରଧାନମନ୍ତ୍ରୀ। ୫୦୦ ଟଙ୍କିଆ ନୋଟରେ ମୋଦୀଙ୍କୁ ହତ୍ୟା ନେଇ ଧମକ ଦିଆଯାଇଛି। ନୋଟରେ ମାଲାୟଲାମ ଭାଷାରେ କିଛି ଲେଖାହୋଇଛି। ତେବେ ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଦେଖି ସୁରକ୍ଷା ଏଜେନ୍‌ସି ଗୁଡ଼ିକ ଆକ୍ସନରେ ଆସିଯାଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ କେରଳର ତ୍ରିଶୁରର ଗୁରୁବାୟୁର ମନ୍ଦିରର କାର୍ଯ୍ୟାଳୟକୁ ଏକ ସନ୍ଦିଗ୍ଧ ଚିଠି ଆସିଥିଲା। ଲଫାପା ଭିତରେ ଥିଲା ଗୋଟିଏ ୫୦୦ ଟଙ୍କିଆ ନୋଟ୍‌। ନୋଟରେ ମାଲାୟଲାମ ଭାଷାରେ ମୋଦୀଙ୍କୁ ଜୀବନରେ ମାରିଦିଆଯିବ ବୋଲି ସନ୍ଦେଶ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଗଳାକାଟି ହତ୍ୟା କରାଯିବା ବୋଲି ସ୍ପଷ୍ଟ ଭାବରେ ନୋଟରେ ଲେଖାହୋଇଛି। ସୂଚନାଯୋଗ୍ୟ ମାଳଦ୍ୱୀପ ଓ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଉକ୍ତ ମନ୍ଦିର ଦର୍ଶନରେ ଯାଇଥିଲେ ମୋଦୀ।

Image Source: Zee News

ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ମିଳିବା ପରେ ସୁରକ୍ଷାବ୍ୟସ୍ଥା କଡ଼ାକଡ଼ି କରି ଦିଆଯାଇଛି। କିଏ ଚିଠି ପଠାଇଛି ତାହାର ଛାନଭିନ୍‌ ଆରମ୍ଭ ହୋଇଯାଇଛି। କେଉଁ ଉଦ୍ଦେଶ୍ୟ ତଥା କେଉଁଠାରୁ ଚିଠି ଆସିଛି ଖୋଳତାଡ଼ ଚାଲିଛି। ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଅନେକ ଥର ମୋଦୀଙ୍କୁ ହତ୍ୟା ଧମକ ମିଳିଛି। ଲୋକସଭା ର୍ନିବାଚନା ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏପରି ଧମକ ମିଳିଥିଲା।

ସମ୍ବନ୍ଧିତ ଖବର