ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟ ଗସ୍ତ କରିଛନ୍ତି। ଗୁଜୁରାଟର କୁଚ୍ଛରେ ଏକ ଏନର୍ଜି ପାର୍କର ଉଦଘାଟନ କରି ପ୍ରଧାନମନ୍ତ୍ରୀ ପୁଣି ଥରେ କୃଷି ଆଇନ ବିଷୟରେ ଆଲୋଚନା କରିଛନ୍ତି। ଚାଷୀମାନଙ୍କ ଆନ୍ଦୋଳନ ସତ୍ତ୍ବେ ମଧ୍ୟ ସେ କୃଷି ଆଇନକୁ ସମର୍ଥନ କରି କୃଷକଙ୍କ ସମସ୍ତ ସନ୍ଦେହ ଦୂର କରିବୁ ବୋଲି ସେ କହିଛନ୍ତି। ଏହା ସହ ବିରୋଧୀମାନେ ଜାଣିଶୁଣି ଚାଷୀ ଭାଇଙ୍କୁ ଆନ୍ଦୋଳନ ପାଇଁ ଉସୁକାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।
/sambad/media/post_attachments/7218dbe90526ea61b51304f2101fce3521b348522a86066645e2ec143f3196cb.jpg)
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ଚାଷୀଙ୍କୁ ବାଟବଣା କରୁଛନ୍ତି ବିରୋଧୀ। ନିଜ ସ୍ବାର୍ଥ ହାସଲ ପାଇଁ ସେମାନେ ଚାଷୀଙ୍କୁ ମାଧ୍ୟମ କରିଛନ୍ତି। କୃଷି ଆଇନ ଦ୍ବାରା ଚାଷୀ କେତେ ଲାଭବାନ ହେବେ ସେ ବିଷୟରେ ନଜଣାଇ ବିରୋଧୀମାନେ ଆନ୍ଦୋଳନ କରିବାକୁ ପ୍ରବର୍ତ୍ତାଉଛନ୍ତି। କୃଷକଙ୍କ ଆୟ ବୃଦ୍ଧି ପାଇଁ ଆମେ ନିଷ୍ପତ୍ତି ନେଉଛୁ। ଦେଶର କୋଣ ଅନୁକୋଣରୁ ଆସିଥିବା କୃଷକମାନେ ନୂତନ ନିୟମ ସହିତ ଅଛନ୍ତି। କିନ୍ତୁ କିଛି ଲୋକ ଚାଷୀମାନଙ୍କ କାନ୍ଧରେ ବନ୍ଧୁକ ରଖି ଚଳାଉଛନ୍ତିି ଏବଂ କୃଷି ଆଇନ ବିଷୟରେ ସେମାନଙ୍କୁ ଭୁଲ ତଥ୍ୟ ଦେଉଛନ୍ତି। ହେଲେ ଆମେ ବିରୋଧୀଙ୍କୁ ଜିତିବାକୁ ଦେବୁ ନାହିଁ। ଚାଷୀମାନଙ୍କୁ ରାଜି କରାଇବାର ପ୍ରୟାସ ଜାରି ରଖିବୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।