ନୂଆଦିଲ୍ଳୀ: ବିଶ୍ୱକପ ଫାଇନାଲରେ ଭାରତର ପରାଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଡ୍ରେସିଂ ରୁମକୁ ଯାଇ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିଥିବା କଥା ଅପଣ ଜାଣନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ଆଲିଙ୍ଗନ କରି ଶାନ୍ତ୍ୱନା ଦେଇଥିଲେ। ଏବେ କ୍ରିକେଟର୍ ରବୀନ୍ଦ୍ର ଜାଡେଜା ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଏଥିସହିତ, ବର୍ତ୍ତମାନ ଡ୍ରେସିଂ ରୁମର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ସମସ୍ତ ଖେଳାଳିଙ୍କ ସହ କଥାବାର୍ତ୍ତା କରୁଛନ୍ତି। ପ୍ରଧାନମନ୍ତ୍ରୀ କ୍ରିକେଟର୍ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହାତକୁ ଧରି କହୁଛନ୍ତି, ‘‘ଆପଣମାନେ ପୂରା ୧୦-୧୦ ମ୍ୟାଚ୍ ଜିତିକି ଆସିଛନ୍ତି। ଏମିତି ତ ହେଇଚାଲିବ। ଟିକେ ହସିଦିଅନ୍ତୁ, ଦେଶ ଆପଣଙ୍କୁ ଦେଖୁଛି।’’
Prime Minister Narendra Modi meeting Indian team after the heart-breaking loss in the final. pic.twitter.com/3FTwR2Tzd2
— Johns. (@CricCrazyJohns) November 21, 2023
ଏହା ପରେ ମୋଦୀ ଟିମ୍ର କୋଚ୍ ରାହୁଲ ଦ୍ରାବିଡ଼ଙ୍କ ସହ ବି କଥା ହୋଇଥିଲେ। ସେ ଦ୍ରାବିଡ଼ଙ୍କୁ କହିଥିଲେ, ‘‘ଆପଣମାନେ କଠିନ ପରିଶ୍ରମ କରିଥିଲେ। ଏମିତି ହୁଏ।’’ ଏହାଛଡ଼ା ପ୍ରଧାନମନ୍ତ୍ରୀ ଜାଡ଼େଜାଙ୍କ ସହ ବି କଥା ହୋଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହମ୍ମଦ ସାମିଙ୍କୁ ଆଲିଙ୍ଗନ କରି ତାଙ୍କ ପିଠି ଥାପୁଡ଼ାଇ କହିଛନ୍ତି, ‘‘ଆପଣ ଏଥର ବହୁତ ଭଲ ଖେଳିଛନ୍ତି।’’ ପ୍ରଧାନମନ୍ତ୍ରୀ ସାମିଙ୍କୁ ତାଙ୍କ ପିଠିରେ ହାତ ବାଡ଼େଇ ଅଭିନନ୍ଦନ ଜଣାଇଛନ୍ତି। ଏହା ବ୍ୟତୀତ ସେ ବୁମରାଙ୍କ ସହ ବି କଥା ହୋଇଥିଲେ।