ବିଏସଏଫ ଯବାନମାନଙ୍କ ସହ ଦୀପାବଳି ପାଳନ କରିବା ପାଇଁ ଲୋଙ୍ଗେୱାଲା ସୀମାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଜୈସଲମେର ସୀମାରେ ମୁତୟନ ହୋଇଥିବା ସେନା ଯବାନମାନଙ୍କ ସହ ଦୀପାବଳି ପାଳନ କରିବା ପାଇଁ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସିଡିଏସ୍ ବିପିନ ରାୱତ, ସେନା ମୁଖ୍ୟ ଏମ ନରଭାଣେ, ଏୟାର ଚିଫ୍ ମାର୍ଶଲ ଆର.କେ.ଏସ୍ ଭଦୋରିଆ ଏବଂ ବିଏସ୍ଏଫ୍ ଡିଜି ରାକେଶ ଆସ୍ଥାନା ଅଛନ୍ତି।

ଜୈସଲମେରରେ ଭାରତ-ପାକିସ୍ତାନ ସୀମା ମିଶିଛି। ସୀମା ସୁରକ୍ଷା ପାଇଁ ଏଠାରେ ବିଏସ୍ଏଫ୍ ଯବାନମାନଙ୍କୁ ମୁତୟନ କରାଯାଇଛି। ପ୍ରସିଦ୍ଧ ତନୋଟ ମାତାଙ୍କ ମନ୍ଦିର ମଧ୍ୟ ଏଠାରେ ଅଛି | ତେବେ ଦୀପାବଳି ଅବସରରେ ଯବାନମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଜୈସଲମେର ଲୋଙ୍ଗେୱାଲା ସୀମାରେ ବିଏସଏଫ ଯବାନଙ୍କ ସହ ଦୀପାବଳି ପାଳନ କରିବା ପାଇଁ ପହଞ୍ଚିଥିବା ଜଣାପଡ଼ିଛି।

PM मोदी ने 2019 की दिवाली राजौरी में जवानों के साथ मनाई थी (फोटो-ट्विटर)
aajtak

କହିରଖୁଛୁ ଯେ, ଦେଶର ସାମରିକ ଇତିହାସରେ ଲୋଙ୍ଗେୱାଲାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ୧୯୭୧ମସିହାରେ ଭାରତ ପାକିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା | ଏହି ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନୀ ସେନା କରିଥିବା ଆକ୍ରମଣର ଯେଉଁଭଳି ଭାବରେ ଜବାବ ଦେଇଥିଲା, ତାହା ପାକିସ୍ତାନ ଏପର୍ଯ୍ୟନ୍ତ ଭୁଲି ନାହିଁ। ଡିସେମ୍ବର ୪, ୧୯୭୧ରେ ହୋଇଥିବା ଯୁଦ୍ଧରେ ଭାରତର ୧୨୦ ସେନା ଯବାନ ପାକିସ୍ତାନର ୩୦୦୦ ସେନା ଯବାନଙ୍କୁ ମୁହଁତୋଡ ଜବାବ ଦେଇଥିଲେ। ଏହି ଯୁଦ୍ଧରେ ପାକିସ୍ତାନକୁ ୩୪ଟି ଟ୍ୟାଙ୍କ, ୫୦୦ ଯାନ ଏବଂ ୨୦୦ ଯବାନଙ୍କୁ ହରାଇବାକୁ ପଡିଥିଲା।

ତେବେ ଗତ ବର୍ଷ ଅକ୍ଟୋବର ୨୭, ୨୦୧୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କଶ୍ମୀରର ରଜୌରୀରେ ସେନା ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ। ସେନା ପୋଷାକରେ ପିଏମ ମୋଦୀ ଯବାନଙ୍କ ଗହଣ‌ରେ ପହଞ୍ଚିଥିଲେ ଏବଂ ସେମାନଙ୍କୁ ମିଠା ଖୁଆଇଥିଲେ। ଏହାପୂର୍ବରୁ ୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡର ଉତ୍ତରକାଶୀରେ ସେନା ଏବଂ ଆଇଟିବିପି ଯବାନଙ୍କ ଗହଣ‌ରେ ଦୀପାବଳି ପାଳନ କରିଥିଲେ।

ସମ୍ବନ୍ଧିତ ଖବର