ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ନିୟନ୍ତ୍ରଣ ରେଖାକୁ ଯାଇ ଦୀପାବଳି ପାଳନ କରି ପାରନ୍ତି । ପାକିସ୍ତାନ ଓ ଚୀନ୍ ସୀମାକୁ ଲାଗିଥିବା ନିୟନ୍ତ୍ରଣ ରେଖାକୁ ଯାଇ ସେଠାରେ ମୁତୟନ ଥିବା ଯବାନଙ୍କ ସହ ଦୀପାବଳି ପାଳନ କରିପାରନ୍ତି ବୋଲି ସୂଚନା ଆସିଛି । ଏହା ସହ ସେ ଜମ୍ମୁ-କଶ୍ମୀରରେ ଥିବା ସେନା ପୋଷ୍ଟକୁ ମଧ୍ୟ ବୁଲି ଯିବେ ବୋଲି ଜଣାପଡ଼ିଛି ।
The Hinduତେବେ ଏହା ପ୍ରଥମ ନୁହେଁ, ଗତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଦୀପାବଳି ଅବସରରେ ନିୟନ୍ତ୍ରଣ ରେଖାରେ ଥିବା ସେନା ପୋଷ୍ଟକୁ ବୁଲିଯିବା ସହ ଯବାନମାନଙ୍କ ଭଲମନ୍ଦ ବୁଝିଥିଲେ । ସେମାନଙ୍କୁ ମିଠା ବାଣ୍ଟି ଦୀପାବଳି ପାଳନ କରିଥିଲେ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୋଦୀଜୀ ସେଭଳି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ପ୍ରଧାନମନ୍ତ୍ରୀ ହେବା ପରଠାରୁ ସେ ଦୀପାବଳିକୁ ଯବାନମାନଙ୍କ ସହ ପାଳନ କରିବାକୁ ଅଧିକ ପ୍ରାଧାନ୍ୟ ଦେଇ ଆସିଛନ୍ତି । ସବୁ ବର୍ଷ ସେ ଯବାନମାନଙ୍କ ସହ ସମୟ ବିତାଇବା ସହ ସେମାନଙ୍କ ମନୋବଳ ବଢ଼ାଇଥାନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/xs-7.jpg)