ମମତାଙ୍କୁ ମଇଳା ମାଡ଼ିବାରୁ ବଞ୍ଚାଇଲେ ମୋଦି ! ତେଣେ ଫଟୋ ସେସନ୍‌ ବେଳେ ରାଜ୍ୟପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରୁ ହଟାଇ ଦେଲେ ଦିଦି

ନୂଆଦିଲ୍ଲୀ : ରାଜନୀତିରେ ସବୁ ସମ୍ଭବ। ପରସ୍ପରର ବିରୋଧୀ ଭାବେ ପରିଚିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବ୍ୟକ୍ତିଗତ ସ୍ତରରେ ପରସ୍ପରର ସହ ବେଶ୍‌ ବନ୍ଧୁତ୍ୱପୂର୍ଣ୍ଣ ବୋଲି ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ଏବେ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି । ସେ ଶାନ୍ତିନିକେତନର ସମାବର୍ତନ ଉତ୍ସବରେ ଯୋଗ ଦେବା ଲାଗି ଯାଇଛନ୍ତି। ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ଶାନ୍ତି ନିକେତନ ଯାତ୍ରା କରିଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ,କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀା ତେବେ ମୋଦିଙ୍କୁ ହେଲିପ୍ୟାଡ଼୍‍ରେ ସ୍ୱାଗତ କରାଯିବା ସମୟର କିଛି ଏମିତି ଘଟଣା ଘଟିଥିଲା ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡ଼ିଓରେ ଦେଖିବାକୁ ମିଳୁଛି, ମମତା ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଫୁଲ ଧରି ଆସୁଥିବା ବେଳେ ଆଗରେ କାଦୁଅ ଥିବା ଦେଖି ମୋଦି ତାଙ୍କୁ ରହିଯିବା ପାଇଁ କହୁଛନ୍ତି । ଏହା ପରେ ମୋଦିଙ୍କ ଇଶାରା ବୁଝି ମମତା ଆଗରେ କାଦୁଅ ଥିବା ଦେଖି ବାଟ ବଦଳାଇ ଆସି ମୋଦିଙ୍କୁ ଆସି ସ୍ୱାଗତ କରୁଛନ୍ତି । ଅନ୍ୟ ଏକ ଭିଡ଼ିଓରେ ଶାନ୍ତିନିକେତନରେ ପହଞ୍ଚି ବୈଠକ କରିବା ପରେ ଫଟୋ ଉଠାଇବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ସମୟରେ କିଛି ଏପରି ଘଟିଥିଲା ଯାହାକୁ ଦେଖି ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଉଠା ଯାଉଥିବା ବେଳେ ତାଙ୍କ ଆଗରେ ରାଜ୍ୟପାଳ କେଶରୀନାଥ ତ୍ରୀପାଠି ବାରମ୍ବାର ଆସି ଯାଉଥିବାରୁ ମମତା ତାଙ୍କୁ ଠେଲି ଦେଇ ମୋଦିଙ୍କ ସାମ୍ନାରୁ ହଟାଇ ଦେଇଥିଲେ । କିନ୍ତୁ ଏହି ଘଟଣା ପରେ ମମତାଙ୍କ ମୁହଁରେ ହସ ରହିଥିଲା । ଏମିତି ଲାଗୁଥିବା କି ସେ ମଜାରେ ରାଜ୍ୟପାଳ କେଶରୀନାଥ ତ୍ରୀପାଠି ଆଗରୁ ହଟାଇ ଦେଇଥିଲେ ।

ABP Asmita – ABP Live

ସୂଚନା ମୁତାବକ, ମୋଦିଙ୍କ ସମେତ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି । ଏହି ଅବସରରେ ଶାନ୍ତିନିକେତନରେ ନୂଆ କରି ନିର୍ମାଣ କରାଯାଇଥିବା ବାଂଲାଦେଶ ଭବନର ଉଦ୍‌ଘାଟନ କରାଯାଇଛି । ଏହାକୁ ତିଆରି କରିବା ପାଇଁ ପ୍ରାୟ ୨୫କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର