ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିପୁଳ ବିଜୟପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରିଛନ୍ତି।ପ୍ରଣବ ମୁଖାର୍ଜୀ ଏହି ସମୟରେ ମୋଦୀଙ୍କୁ ସ୍ବାଗତ ଜଣାଇବାସହ ନିଜ ହାତରେ ମିଠା ଖୁଆଇଛନ୍ତି। ଏବେ ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
Meeting Pranab Da is always an enriching experience. His knowledge and insights are unparalleled. He is a statesman who has made an indelible contribution to our nation.
Sought his blessings during our meeting today. pic.twitter.com/dxFj6NPNd5
— Narendra Modi (@narendramodi) May 28, 2019
ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଲେଖିଛନ୍ତି ‘ ପ୍ରଣବା ଦା’ ଜଣେ ବିଜ୍ଞ ବ୍ୟକ୍ତି। ଦେଶପାଇଁ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କର ଜ୍ଞାନ ଏବଂ ଅର୍ନ୍ତଦୃଷ୍ଟି ଅଦ୍ୱିତୀୟ।ତାଙ୍କ ସହ ଭେଟିବା ସବୁବେଳେ ସୁଖଦ ଅନୁଭୂତି ଆଣିଥାଏ। ଆଜି ତାଙ୍କର ଆଶୀର୍ବାଦ ଲାଭ କରିଲି।’ଏଠାରେ ସୂଚନାଯୋଗ୍ୟ ଯେ ଆଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବହୁବାର ପ୍ରଶଂସା କରିଛନ୍ତି।