ମତଦାନ କରିବାକୁ ଯିବା ପୂର୍ବରୁ ମା’ଙ୍କ ଆଶୀର୍ବାଦ୍‌ ନେଇଥିଲେ ମୋଦୀ, ଆଶୀର୍ବାଦ ସହ ଏଭଳି ଉପହାର ଦେଲେ ମା’ ହୀରାବେନ୍‌

ଗାନ୍ଧୀନଗର : ଆଜି ସାରା ଭାରତରେ ତୃତୀୟ ପର୍ଯ୍ୟାୟ ମତଦାନ ଥିବା ବେଳେ ଲୋକମାନେ ଯାଇ ନିଜ ନିଜର ମତଦାନ କରିଥିଲେ । ଏ ମଧ୍ୟରେ ଭୋଟ୍‌ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କିନ୍ତୁ ଅହମ୍ମଦାବାଦ୍‌ରେ ତୃତୀୟ ପର୍ଯ୍ୟାୟ ମତଦାନରେ ଭୋଟ୍‌ ଦେବା ପୂର୍ବରୁ ନିଜ ମା’ଙ୍କ ପାଖରେ ପହଞ୍ଚିଥିଲେ ମୋଦୀ । ଭୋଟ୍‌ ଦେବା ପୂର୍ବରୁ ମୋଦୀଜୀ ନିଜ ମା’ ହୀରାବେନ୍‌ଙ୍କୁ ଭେଟି ତାଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ନେବା ସହ ତାଙ୍କ ସହ ଜଳଖିଆ କରିଥିବା ଦେଖା ଯାଇଥିଲା । ତେବେ ଆଶୀର୍ବାଦ ନେବା ପରେ ମୋଦୀଜୀଙ୍କ ମା’ ତାଙ୍କୁ କିଛି ଜିନିଷ ଉପହାରରେ ଦେଇଥିବା ଜଣା ପଡ଼ିଛି ।

navbharattimes.indiatimes.com

ମୋଦୀଜୀ ଆଶୀର୍ବାଦ ନେବା ପରେ ତାଙ୍କ ମା’ ତାଙ୍କୁ ନଡ଼ିଆ, ୫୦୦ଟଙ୍କା ଏବଂ ମିଶ୍ରି ଉପହାରରେ ଦେଇଥିଲେ । ଏହା ସହ ପାଓ୍ଵାଗଡର ଲାଲ ରଙ୍ଗର ଓଢ଼ଣୀ ମଧ୍ୟ ଦେଇଥିଲେ ବୋଲି ଜଣା ପଡ଼ିଛି । ମା’ଙ୍କଠାରୁ ଆଶୀର୍ବାଦ ନେଇ ମୋଦୀଜୀ ଅହମ୍ମଦାବାଦ୍‌ର ରନିପ୍‌ରେ ଥିବା ମତଦାନ କେନ୍ଦ୍ରରେ ଯାଇ ପହଞ୍ଚିଥିଲେ ।

NewsroomPost
ସମ୍ବନ୍ଧିତ ଖବର