ଟୋନି ବ୍ଲେୟାର, ଜନ୍‌ ହାୱାର୍ଡଙ୍କୁ ଭେଟିଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଏବଂ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଜନ୍‌ ହାୱାର୍ଡଙ୍କୁ ଭେଟି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଜେପି ମର୍ଗାନ୍‌ ଅନ୍ତର୍ଜାତୀୟ ପରିଷଦ ବୈଠକରେ ଯୋଗଦେବାକୁ ଆସିଥିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଏମାନଙ୍କ ବ୍ୟତୀତ ଆମେରିକାର ପୂର୍ବତନ ବିଦେଶ ସଚିବ ହେନେରି କିସିଙ୍ଗର, କଣ୍ଡୋଲିଜା ରାଇସ ଏବଂ ଆମେରିକାର ପୂର୍ବତନ ସୁରକ୍ଷା ସଚିବ ରବର୍ଟ୍‌ ଗେଟ୍‌ଙ୍କୁ ମଧ୍ୟ ମୋଦୀ ଭେଟିଛନ୍ତି। ଏହି ନେତାମାନଙ୍କ ସହ ସାକ୍ଷାତକାର ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ଜଣାଇଛନ୍ତି। ଜେପି ମର୍ଗାନ୍‌ ଇଣ୍ଟରନ୍ୟାସନାଲ୍‌ କାଉନ୍‌ସିଲ ଏଭଳି ଏକ ସୁଯୋଗ ସୃଷ୍ଟି କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର