ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତରେ ବାହାରି ସାରିଛନ୍ତି। ସେ ବର୍ତ୍ତମାନ ମିଜୋରାମରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ରାଜ୍ୟକୁ ରେଳ ଲାଇନ୍ ଉପହାର ଦେଇଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ମିଜୋରାମର ଆଇଜଲରେ ୯ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି। ପ୍ରଥମ ଥର ପାଇଁ ମିଜୋରାମକୁ ଭାରତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରୁଥିବା ବୈରାବି-ସାଇରଙ୍ଗ ନୂତନ ରେଳ ଲାଇନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ।
A landmark day for Mizoram as it joins India's railway map! Key infrastructure projects are also being initiated. Speaking at a programme in Aizawl. https://t.co/MxM6c2WZHZ
— Narendra Modi (@narendramodi) September 13, 2025
ପ୍ରଧାନମନ୍ତ୍ରୀ ମୋଦୀ ମିଜୋରାମରେ କହିଥିଲେ ଯେ, "ଏହା ଦେଶ ପାଇଁ, ବିଶେଷକରି ମିଜୋରାମବାସୀଙ୍କ ପାଇଁ ଏକ ଐତିହାସିକ ଦିନ। ଆଜିଠାରୁ ଆଇଜଲକୁ ଭାରତର ରେଳ ମାନଚିତ୍ରରେ ଯୋଡା ଯାଇଛି। ମୁଁ ଏବେ ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଅଛି। ଦୁର୍ଭାଗ୍ୟବଶତଃ, ଖରାପ ପାଗ ଯୋଗୁଁ, ମୁଁ ଆଇଜଲକୁ ଯାଇପାରିଲି ନାହିଁ। କିନ୍ତୁ ଭିଡିଓ ମାଧ୍ୟମରେ ମଧ୍ୟ ମୁଁ ଆପଣଙ୍କ ଭଲାପାଇବା ଏବଂ ସ୍ନେହ ଅନୁଭବ କରିପାରୁଛିଛି।"
ଅଧିକାରୀମାନେ କହିଛନ୍ତି ଯେ, ପ୍ରବଳ ବର୍ଷା ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦୀ ହେଲିକପ୍ଟର ଯୋଗେ ଲେଙ୍ଗପୁଇ ବିମାନବନ୍ଦରରୁ ଆଇଜଲର ଲମ୍ମୁଆଲ ଗ୍ରାଉଣ୍ଡରେ ପହଞ୍ଚିପାରିଲେ ନାହିଁ। ସେଥିପାଇଁ ସେ ବିମାନବନ୍ଦରରୁ ହିଁ ରେଳ ଲାଇନର ଉଦଘାଟନ କରିଲେ। ମିଜୋରାମ ପରେ, ପ୍ରଧାନମନ୍ତ୍ରୀ ମୋଦୀ ମଣିପୁର ଗସ୍ତ କରିବେ। ଏଠାରେ ସେ ୮,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ।
pm modi