କେଦାରନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂଜାର୍ଚ୍ଚନା

ଡେରାଡୁନ୍‌: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ଅନ୍ତର୍ଗତ କେଦାରନାଥ ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ୍‌ ଏବଂ ଉତ୍ତରାଖଣ୍ଡର ରାଜ୍ୟପାଳ କେକେ ପଲ୍‌ ତାଙ୍କୁ ପାଛୋଟି ନେଇଥିଲେ। ସେମାନଙ୍କ ସହ ମନ୍ଦିର ପରିସରରେ ଉପସ୍ଥିତ ଥିଲେ ୪୦୦୦ ଜନତା।

ଏଠାରେ ପ୍ରଧାନମନ୍ତ୍ରୀ ମୋଦି କୋଟି କୋଟି ଟଙ୍କା ମୂଲ୍ୟର କେତେକ ପ୍ରକଳ୍ପର ଶିଳାନ୍ୟାସ କରିବେ। ୨୦୧୩ରେ ପ୍ରବଳ ବର୍ଷାଜନିତ ପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧିପୀଠର ନବୀକରଣ ଏହି ଶିଳାନ୍ୟାସ ପ୍ରକଳ୍ପରେ ଅନ୍ତର୍ଭୁକ୍ତ।

କେଦାରନାଥରେ ନିରାପତ୍ତା ପ୍ରାଚୀର, ଯାଦୁଘର ଏବଂ ଆଦି ଶଙ୍କରାଚାର୍ଯ୍ୟ ସମାଧି ପୀଠର ପୁନର୍ନିମାଣ କାର୍ଯ୍ୟର ଶିଳାନ୍ୟାସ କରିବେ ମୋଦି।

ସମୁଦ୍ରପତ୍ତନଠାରୁ ୧୧, ୬୦୦ ଫୁଟ୍‌ ଉଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଏକ ଜନସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ବୋଧନ ଦେବାର କର୍ଯ୍ୟକ୍ରମ ରହିଛି ବୋଲି ଗତକାଲି ପାର୍ଟି ତରଫରୁ କୁହାଯାଇଥିଲା।

ଶୀତଋତୁ ଆଗମନ କାରଣରୁ ଶିବଙ୍କୁ ସମର୍ପିତ ହିମାଳୟ ଧର୍ମପୀଠ ଏଇ ଶନିବାର ଠାରୁ ଛଅ ମାସ ଯାଏଁ ବନ୍ଦ ରହିବ।

ପ୍ରଧାନମନ୍ତ୍ରୀଙ୍କ ଦର୍ଶନ ଏବଂ ଦୀପାବଳି ଉପଲକ୍ଷେ ମନ୍ଦିରକୁ ଫୁଲ ଏବଂ ଦୀପରେ ସଜା ଯାଇଥିଲା। ଅଧିକାଂଶ ପୁରୋହିତ ଦୀପାବଳି ପାଳନ କରିବାକୁ ଘରକୁ ନ ଯାଇ ସେଠାରେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାରଣରୁ ନିରାପତ୍ତା ବ୍ୟବସ୍ଥା ବ୍ୟାପକ କରାଯାଇଥିଲା।

ସମ୍ବନ୍ଧିତ ଖବର