ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆକ୍ଷେପ କରି ହିନ୍ଦୁ କାର୍ଡ ଖେଳିଛନ୍ତି। ମହାରାଷ୍ଟ୍ରର ବର୍ଦ୍ଧାରେ ସୋମବାର ଏକ ଜନସଭାକୁ ସମ୍ବୋଧିତ କରି  ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର କୋଟିକୋଟି ଲୋକଙ୍କ ଉପରେ ହିନ୍ଦୁ ଆତଙ୍କବାଦୀର ଦାଗ ଲଗାଇବା ପାଇଁ କଂଗ୍ରେସ ଅନେକ ସମୟରେ ପ୍ରୟାସ କରିଛି। ହଜାର ବର୍ଷର ଇତିହାସରେ ହିନ୍ଦୁମାନେ କେବେ ବି ଆତଙ୍କବାଦ କରିଛନ୍ତି, ଏମିତି ଗୋଟିଏ ବି ଘଟଣା ଅଛି କି? ମୋଦି ହଜାର ବର୍ଷ ପୁରୁଣା ହିନ୍ଦୁ ସଂସ୍କୃତିର ଉଦାହରଣ ଦେଇଛନ୍ତି। କଂଗ୍ରେସ ହିନ୍ଦୁଙ୍କୁ ଆତଙ୍କବାଦୀ କହିବାର ପାପ କରିଛି ବୋଲି ମୋଦି କହିଛନ୍ତି।

Advertisment

publive-image India.com

ମୋଦି ଆହୁରି କହିଛନ୍ତି, ଯିଏ ହିନ୍ଦୁସ୍ଥାନରେ ହିରୋ ତାହା ଆବଶ୍ୟକ ନା ଯିଏକି ପାକିସ୍ତାନାରେ ହିରୋ ବନିଛି ତାହା ଆବଶ୍ୟକ? ଆପଣଙ୍କୁ ପ୍ରମାଣ ଦରକାର ନା ଦେଶର ସଫଳତାକୁ ନେଇ ଗର୍ବ କରିବା ଦରକାର? ଏହା ସେହି କଂଗ୍ରେସ-ଏନ୍‌ସିପିର ମେଣ୍ଟ ଯାହା ଆଜାଦ ମୈଦାନ୍‌ରେ ସହିଦଙ୍କ ସ୍ମାରକକୁ ଜୋତାରେ କୁଦିବା ପାଇଁ ଅନୁମତି ଦେଇଥିଲା। କେବଳ ଏତିକି ନୁହେଁ, ମୋଦି ରାହୁଲଙ୍କ ମନ୍ଦିର ଯିବାକୁ ନେଇ ବି ଆକ୍ଷେପ କରିଛନ୍ତି।