ନୂଆଦିଲ୍ଲୀ: ଭାରତ ଏବଂ ଭାରତୀୟମାନଙ୍କ ଶାନ୍ତି ଓ ସମୃଦ୍ଧି ମନରେ ପୋଷଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗୁରୁବାର ଦିନ ହୋଲି ଅଭିନନ୍ଦନ ପଠାଇଛନ୍ତି।
होली के पावन पर्व की सभी देशवासियों को ढेरों शुभकामनाएं। हर्ष और उल्लास का यह त्योहार हमारी एकता और सद्भावना के रंग को और प्रगाढ़ करे। pic.twitter.com/glZ6eQHaoe
— Chowkidar Narendra Modi (@narendramodi) March 21, 2019
ହୋଲି କେମିତି ଏକତାର ରଙ୍ଗରେ ସମଗ୍ର ଦେଶକୁ ରଙ୍ଗାୟିତ କରୁଛି ଗୁରୁତ୍ୱଦେଇ ପ୍ରଧାନମନ୍ତ୍ରୀ ମୋଦି ହୋଲି ଅବସରରେ ନାଗରିକମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ସେ ଲେଖିଛନ୍ତି: ପବିତ୍ର ହୋଲି ଅବସରରେ ମୁଁ ପ୍ରତ୍ୟେକ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଉଛି। ଏଇ ଆନନ୍ଦ ଉତ୍ସବ ଆମ ଏକତା ଓ ସହାନୁଭୂତିର ରଙ୍ଗ ପ୍ରଦର୍ଶନ କରୁଛି।
Greetings and best wishes to fellow citizens in India and abroad on the auspicious occasion of Holi. The festival of colours, Holi is a celebration of spring and fraternity in our society. May it bring peace, joy and prosperity to everyone’s lives #PresidentKovind
— President of India (@rashtrapatibhvn) March 21, 2019
ଏଇ ଉତ୍ସବ ସମସ୍ତଙ୍କ ଜୀବନରେ ଆନନ୍ଦ ଆଣୁ ବୋଲି ରାଷ୍ଟ୍ରପତି କୋବିନ୍ଦ ମଧ୍ୟ ଆଶା କରିଛନ୍ତି। ସେ ଟୁଇଟ୍ କରିଛନ୍ତି: ପବିତ୍ର ହୋଲି ଅବକାଶରେ ଭାରତ ଓ ବିଦେଶରେ ଥିବା ନାଗରିକମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା। ରଙ୍ଗର ଉତ୍ସବ ହୋଲି ଆମ ସମାଜରେ ବସନ୍ତ ଓ ଭାତୃତ୍ୱର ପାଳନ। ସମସ୍ତଙ୍କ ଜୀବନରେ ଏହା ଶାନ୍ତି, ଆନନ୍ଦ ଓ ସମୃଦ୍ଧି ଆଣୁ।