ମୁମ୍ବାଇ : ନିର୍ବାଚନରେ ମତଦାନ ପାଇଁ ତାରିଖ ପାଖେଇ ଆସୁଥିବା ବେଳେ ସବୁ ଦଳ ଏବେ ନିଜର ପ୍ରଚାରକୁ ଜୋରଦାର କରି ଦେଇଛନ୍ତି । ଏ ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ମହାରାଷ୍ଟ୍ରର ଲାତୁରରେ ଯାଇ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ଯେଉଁଠି ସେ ପ୍ରଥମ ଥର ମତଦାନ କରିବାକୁ ଯାଉଥିବା ଭୋଟରମାନଙ୍କୁ ବିଶେଷ ଆହ୍ଵାନ ଦେଇଥିବା ଦେଖା ଯାଇଥିଲା ।
मैं अपने first time voter से कहना चाहता हूं कि क्या आपका पहला वोट पाकिस्तान के बालाकोट में एयर स्ट्राइक करने वाले वीर जवानों के लिए समर्पित हो सकता है क्या?
क्या आपका पहला वोट पुलवामा में शहीद हुए हमारे वीर जवानों के लिए समर्पित हो सकता है क्या?: पीएम मोदी #IsBaarNaMoPhirSepic.twitter.com/QajmCNyjMk
— BJP (@BJP4India) 9 April 2019
ପୁଲଓ୍ଵାମା ଆକ୍ରମଣ ଏବଂ ବାଲାକୋଟ୍ରେ କରାଯାଇଥିବା ଏୟାର ଷ୍ଟ୍ରାଇକ୍ ବିଷୟରେ ଆଲୋଚନା କରି ମୁଁ ପ୍ରଥମ ଥର ମତଦାନ କରିବାକୁ ଯାଉଥିବା ମୋର ଭାଇ-ଭଉଣୀମାନଙ୍କୁ କହିବାକୁ ଚାହୁଁଛି କି, ଆପଣ ନିଜର ପ୍ରଥମ ଭୋଟ୍ ବାଲାକୋଟ୍ରେ ଏୟାର ଷ୍ଟ୍ରାଇକ୍ କରିଥିବା ବାୟୁସେନା ଯବାନମାନଙ୍କୁ ଦେବାକୁ ଚାହିବେ କି? ବୋଲି ପ୍ରଶ୍ନ କରିଥିଲେ । ଏହା ସହ ପୁଲଓ୍ଵାମାରେ ସହିଦ୍ ହୋଇଥିବା ଯବାନମାନଙ୍କ ପାଇଁ ଆପଣ ନିଜର ପ୍ରଥମ ଭୋଟ୍ ଦେବେ କି ବୋଲି ମଧ୍ୟ ମୋଦୀଜୀ ପ୍ରଶ୍ନ କରିଥିବା ଦେଖା ଯାଇଥିଲା । ଏହା ସହ ଆତଙ୍କବାଦୀମାନଙ୍କୁ ତାଙ୍କ ଘରେ ପଶି ମାରିବା ହେଉଛି ନୂଆ ଭାରତର ନୀତି । ଆତଙ୍କବାଦୀଙ୍କୁ ମାରି ସାରିଲା ପରେ ଆମେ ନିଶ୍ୱାସ ନେବୁ । ଏହା ଆମର ସଂକଳ୍ପ ବୋଲି କହିଥିଲେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି କହିଥିଲେ ମୋଦୀ ।