ନୂଆଦିଲ୍ଳୀ: ନିଜ ମୁହଁର ଔଜ୍ଜଲ୍ୟକୁ ନେଇ ଏକ କୌତୁହଳପ୍ରଦ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଜାନୁଆରି ୨୬ ତାରଖ(ଗଣତନ୍ତ୍ର ଦିବସ) ଅବସରରେ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇବାକୁ ଯାଉଥିବା ବିଜେତାମାନଙ୍କୁ ସମ୍ବୋଧନ କରି ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି କଠିନ ପରିଶ୍ରମ ହିଁ ମୁଖର ଔଜ୍ଜଲ୍ୟ ବଢ଼ାଇପାରେ। ଏପରି କହି ମୋଦୀ ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପ୍ରୋତ୍ସାହନ ଦେଇଛନ୍ତି। ସେ କହିଛନ୍ତି କଠିନ ପରିଶ୍ରମ କଲେ ଝାଳ ବାହାରେ ଓ ଝାଳ ବାହାରିଲେ ମୁଖମଣ୍ଡଳ ଝଲସିଥାଏ।
ଦିନକୁ ଅତି କମରେ ୪ ଥର ମୁହଁରୁ ଝାଳ ବାହାର କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। କେଉଁମାନେ ପରିଶ୍ରମ କରି ଝାଳ ବାହାର କରୁଛନ୍ତି ବୋଲି ମୋଦୀ ପ୍ରଶ୍ନ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ କି, ‘କିଛି ବର୍ଷ ତଳେ ମୋତେ ଜଣେ ପ୍ରଶ୍ନ ପଚାରିଥିଲେ ଯେ ତୁମ ମୁହଁର ଏତେ ଔଜ୍ଜଲ୍ୟ ପଛର କାରଣ କ’ଣ? ମୁଁ ତାଙ୍କୁ ଉତ୍ତର ଦେଇଥିଲି ଯେ ମୁଁ କଠିନ ପରିିଶ୍ରମ କରେ। ମୋ ମୁହଁରୁ ଝାଳ ବାହାରେ। ସେହି ଝାଳରେ ମୋ ମୁହଁ ମାଲିସ୍ କରେ। ତାହା ହିଁ ମୋ ଔଜ୍ଜଲ୍ୟର କାରଣ।’
एक बार किसी ने मुझसे पूछा कि आपके चेहरे पर इतना तेज कैसे है? इसपर मैंने कहा मेरे शरीर से इतना पसीना निकलता है, मेहनत करता हूं और मैं उसे चेहरे पर मल लेता हूं, इसलिए चमक जाता है: पीएम @narendramodipic.twitter.com/lj7PqZGof5
— TV9 भारतवर्ष (@TV9Bharatvarsh) January 24, 2020
କର୍ତ୍ତବ୍ୟକୁ ସଦା ପ୍ରାଧାନ୍ୟ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି। ଏତେ କମ୍ ବୟସରୁ ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ସଫଳତାରେ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ ‘ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଏତେ କମ୍ ବୟସରୁ ତୁମେମାନେ ସମାଜ ପ୍ରତି, ଦେଶ ପ୍ରତି ତୁମ କର୍ତ୍ତବ୍ୟକୁ ବୁଝିପାରିଛ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Prime-Minister-Narendra-Modi.jpg)