ନୂଆଦିଲ୍ଲୀ: ୨୦୧୬ ମସିହାରେ ପାକିସ୍ତାନ ଅଧିକୃତ କଶ୍ମୀରସ୍ଥିତ ଆତଙ୍କବାଦୀଙ୍କ ଲଞ୍ଚ୍‌ପ୍ୟାଡ୍‌ରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ତୃତୀୟ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଲେ ଯେ ସେ ଠିକ୍‌ ତିନି ବର୍ଷ ତଳେ ସେପ୍ଟେମ୍ବର ୨୮ ତାରିଖ ରାତି ସାରା ସେ ଶୋଇ ପାରି ନ ଥିଲେ। ସପ୍ତାହେବ୍ୟାପୀ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରୁ ଆସି ଶନିବାର ସନ୍ଧ୍ୟାରେ ପାଲାମ ବିମାନ ବନ୍ଦରରେ ପହଞ୍ଚିବା ସମୟରେ ସେଠାରେ ସମବେତ ବିଜେପି ନେତୃବୃନ୍ଦଙ୍କୁ ଉଦ୍‌ବୋଧନ ଦେଇ ସେ ଏ କଥା କହିଛନ୍ତି।

Advertisment

publive-image Image Source: India Today

ସେ କହିଲେ: ତିନି ବର୍ଷ ତଳେ ସେ ଦିନ ବି ଥିଲା ସେପ୍ଟେମ୍ବର ୨୮ ତାରିଖ। ଫୋନ୍‌ ବାଜିବାକୁ ଅପେକ୍ଷା କରି ସେ ରାତି ତମାମ ମୁଁ ଶୋଇ ପାରି ନ ଥିଲି। ସେଇ ସେପ୍ଟେମ୍ବର ୨୮ ରାତି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିଥିବା ଆମ ଯବାନମାନଙ୍କ ସୌର୍ଯ୍ୟର ସ୍ୱର୍ଣ୍ଣିମ କାହାଣୀ ଲେଖିଲା। ଆଜି ମୁଁ ଆମ ଯବାନମାନଙ୍କ ସାହସ ଆଗରେ ମଥାନତ କରୁଛି।

ସେ ଅଭିଯାନକୁ ସ୍ମରଣ କରାଇ ପ୍ରଧାନମନ୍ତ୍ରୀ କହିଲେ: ସେ ଦିନଟି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରି ଭାରତକୁ ଗୌରବାନ୍ଵିତ କରିଥିବା ଭାରତର ସାହସୀ ଯବାନଙ୍କ ବିଜୟ ଚିହ୍ନିତ କରିଛି।