ନୂଆଦିଲ୍ଲୀ: କରୋନାଭାଇରସ୍ ବା କେଭିଡ୍-୧୯ ଟିକାର ବିକାଶ ଓ ପ୍ରସ୍ତୁତି କ୍ଷେତ୍ରରେ ସମଗ୍ର ବିଶ୍ୱରେ ଚାଲିଥିବା ପ୍ରତ୍ୟେକଟି ଅଗ୍ରଗତି ଉପରେ ଭାରତ ସରକାର ନଜର ରଖିଛନ୍ତି। ଭାରତୀୟ ଟିକା ବିକାଶକାରୀ ଏବଂ ଉତ୍ପାଦକଙ୍କ ସହ ଯୋଗାଯୋଗରେ ରହିଛନ୍ତି ଭାରତ ସରକାର। ବିଶ୍ୱସ୍ତରୀୟ ନିୟାମକ, ଅନ୍ୟ ଦେଶର ସରକାର, ବହୁରାଷ୍ଟ୍ରୀୟ ସଂଗଠନ ଏବଂ ଆନ୍ତର୍ଜାତୀୟ କମ୍ପାନିଗୁଡିକ ସହିତ ମଧ୍ୟ ଭାରତ ସରକାର ଯୋଗାଯୋଗ କରୁଛନ୍ତି ବୋଲି ଆଜି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ କୋଭିଡ୍-୧୯ ସ୍ଥିତି ସମୀକ୍ଷା କାଳରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସୁରକ୍ଷା ଆମ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ଭାରତ ନିଜ ନାଗରିକମାନଙ୍କୁ କେଉଁ ଟିକା ଦେବ ତାହା ସମସ୍ତ ବୈଜ୍ଞାନିକ ମାନଦଣ୍ଡ ଦୃଷ୍ଟିକୋଣରୁ ସୁରକ୍ଷିତ ରହିବ ନା ନାହିଁ; ତାହା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ତେଣୁ, ରାଜ୍ୟଗୁଡିକ ସହିତ ସାମୂହିକ ସମନ୍ଵୟରେ ଦେଶର ଟିକାକରଣ ରଣନୀତି ପ୍ରସ୍ତୁତ କରାଯିବ।
NDTVରାଜ୍ୟଗୁଡିକ ମଧ୍ୟ ଟିକା ମହଜୁଦ୍ ପାଇଁ ଶୀତଳ ଭଣ୍ଡାର ଉପଲବ୍ଧ କାମ କରିବା ଆରମ୍ଭ କରିବେ। କେଉଁ ଟିକା ବାବଦରେ କେତେ ଖର୍ଚ୍ଚ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଯଦିଓ ୨ଟି ଭାରତ ଭିତ୍ତିକ ଟିକା ଆଗରେ ଅଛି, ତଥାପି ଆମେ ବିଶ୍ୱ ସ୍ତରୀୟ ସଂସ୍ଥାଗୁଡ଼ିକ ସହିତ ମଧ୍ୟ କାର୍ଯ୍ୟ କରୁଛୁ।
ଦେଶର ପ୍ରତ୍ୟେକ ନାଗରିକଙ୍କ କରୋନାଭାଇରସ୍ ଟିକାକରଣ ପାଇଁ ଏକ ମିଶନ ପ୍ରସ୍ତୁତ କରିଛୁ। ଏହି ମିଶନ୍ ଏକ ଜାତୀୟ ପ୍ରତିବଦ୍ଧତା ପରି ପ୍ରତ୍ୟେକ ରାଜ୍ୟ ଏବଂ ହିତାଧିକାରୀଙ୍କୁ ଏକ କରି କାର୍ଯ୍ୟ କରି ବ୍ୟବସ୍ଥିତ ଢ଼ଙ୍ଗରେ କାର୍ଯ୍ୟ କରିବ। ଯେପରି କୌଣସି ଜଣେ ହେଲେ ବି ଦେଶବାସୀ ଟିକାକରଣରୁ ବଞ୍ଚିତ ହେବେ ନାହିଁ। ଏଥିପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟରେ କିପରି ଟିକାକୁ ସର୍ବନିମ୍ନ ସ୍ତରକୁ ନେବାକୁ ଯୋଜନା କରୁଛନ୍ତି ସେ ବିଷୟରେ ଶୀଘ୍ର ବିସ୍ତୃତ ଯୋଜନା ପଠାଇବାକୁ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି। ଏଥିସହ କେହି ଜଣେ ହେଲେ ବି ଦେଶବାସୀ କୋଭିଡ୍-୧୯ ଟିକାକରଣରୁ ବଞ୍ଚିତ ହେବେ ନାହିଁ ବୋଲି ଏହି ଅବସରରେ ସ୍ପଷ୍ଟ କରି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/PM-2-1.jpg)