ଟୋକିଓ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ବିଶ୍ୱସନୀୟ ବନ୍ଧୁଙ୍କ ମଧ୍ୟରୁ ଜଣେ ବୋଲି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ରବିବାର କହିଛନ୍ତି। ଭାରତ-ଜାପାନ ଶିଖର ସମ୍ମିଳନୀ ଅବସରରେ ସିଞ୍ଜୋ କହିଛନ୍ତି, ଭାରତ ପାଖରେ ଗ୍ଲୋବାଲ ଶକ୍ତି ଅଛି।
ବିଶ୍ୱର ବିକାଶରେ ଭାରତର ଅବଦାନ ଭୁଲିହେବ ନାହିଁ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ନିଜର ବୃହତ୍ତ ଦେଶର ଜଣେ ଉକୃଷ୍ଟ ନେତା। ଯେଉଁ ଦିନ ମୁମ୍ବାଇ ଠାରୁ ଅହମଦାବାଦ ମଧ୍ୟରେ ବୁଲେଟ ଟ୍ରେନ ଚାଲିବ, ସେଦିନ ଭାରତ ଏବଂ ଜାପାନ ମଧ୍ୟରେ ସଂପର୍କ ଆହୁରି ଦୃଢ଼ୀଭୂତ ହେବ। ଏହା ପୂର୍ବରୁ ମୋଦି-ଆବେ ରୋବର୍ଟ ଉତ୍ପାଦନକାରୀ କାରଖାନା ‘ଫାନୁକ’ ବୁଲିବାକୁ ଯାଇଥିଲେ। ଏହି କାରଖାନା ଟୋକିଓର ପଶ୍ଚିମ ୟାମାନଶୀ ପ୍ରଶାସନିକ ଅଞ୍ଚଳରେ ପ୍ରତିଷ୍ଠା ହୋଇଛି।
Japan: Prime Minister Narendra Modi and Japan Prime Minister Shinzo Abe at hotel Mount Fuji in Yamanashi pic.twitter.com/5MX8g9oebR
— ANI (@ANI) October 28, 2018
ଟୋକିଓରେ ପହଞ୍ଚିବା ପରେ ଭାରତୀୟ ସଂପ୍ରଦାୟର ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁ ଉତ୍ସାହର ସହିତ ସ୍ୱାଗତ କରିଥିଲେ। ଏଠାରେ ପହଞ୍ଚିବା ପରେ ମୋଦି କହିଥିଲେ, ଜାପାନୀ ସମକକ୍ଷ ସିଞ୍ଜୋ ଆବେଙ୍କ ସହିତ ତାଙ୍କର ବୈଠକ ଉଭୟ ଦେଶକୁ ମଜବୁତ ସଂପର୍କରେ ଆଉ ଏକ ଅଧ୍ୟାୟ ଯୋଡ଼ିବ। ପ୍ରଧାନମନ୍ତ୍ରୀ ଭାବରେ ଜାପାନକୁ ମୋଦିଙ୍କ ଏହା ହେଉଛି ୩ୟ ଗସ୍ତ।