ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷ ୩ଟାରେ ଯେତେବେଳେ ଭାରତୀୟ ବାୟୁସେନା ଆକାଶ ମାର୍ଗରୁ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ ଆରମ୍ଭ କରୁଥିଲା, ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନର ସାଉଥ ବ୍ଲକ୍ରେ ବସି ପୂରା ଅପରେସନ୍ ଉପରେ ତୀକ୍ଷ୍ଣ ନଜର ରଖିବା ସହ ଅପରେସନ୍ କାଳରେ ପ୍ରତି ମୁହୂର୍ତ୍ତର ଟିକିନିକି ଖବର ରଖୁଥିଲେ।
/sambad/media/post_attachments/wp-content/uploads/2019/02/pm-modi-300x169.jpg)
ପାକିସ୍ତାନ ଉପରେ ଏହି ସର୍ଜିକାଲ ଷ୍ଟ୍ରାଇକ୍ ଆରମ୍ଭ କରୁାଯିବା ପୂର୍ବରୁ ଏସଂପର୍କରେ ସବିଶେଷ ଭାବେ ବ୍ରଧାନମନ୍ତ୍ରୀ ମୋଦିଙ୍କୁ ସବୁ କଥା ଭଲ ରୂପେ ବୁଝାଇ ଦେଇଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ। ଏଥିସହ ଏହି ଅପରେସନ୍ ଆରମ୍ଭ ହେବା ପୂର୍ବରୁ ଏହି ଅପରେସନ୍ର ନେତୃତ୍ୱ ନେଇଥିବା ଭାରତୀୟ ବାୟୁସେନାର ଏୟାର ଚିଫ୍ ମାର୍ଶାଲ ବୀରେନ୍ଦ୍ର ସିଂହ ଧାନୋଆଙ୍କୁ ଅନେକ ଗୁଡ଼ିଏ ବିକଳ୍ପ ଦିଆଯାଇଥିଲା। ପ୍ରତ୍ୟୁଷ ୩ଟା ୩୦ରେ ଆରମ୍ଭ ହୋଇଥିବା ଅପରେସନ୍ ୨୧ ମିନିଟ ଧରି ଚାଲିଥିଲା। ଅପରେସନ୍ ଶେଷକରି ଭାରତୀୟ ବାୟୁସେନାର ମିରେଜ୍ ୨୦୦୦ ଲଢ଼ୁଆ ବିମାନଗୁଡ଼ିକ ଭାରତୀୟ ଆକାଶ ସୀମା ମଧ୍ୟକୁ ଫେରିଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କୁ ଡ଼କାଇ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/Modi-Supervised-Surgical-Strike-in-South-Block_Thumbnail.jpg)