ମେଟ୍ରୋରେ ମୋଦିି: ପ୍ରଧାନମନ୍ତ୍ରୀଙ୍କ ସହ ଗପସପ କଲେ, ସେଲ୍ଫି ଉଠାଇବାର ମଜା ବି ନେଲେ ସହଯାତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନୂଆଦିଲ୍ଲୀରେ ଇଣ୍ଟରନ୍ୟାସନାଲ୍ କନ୍ଭେନ୍ସନ୍ ଆଣ୍ଡ ଏକ୍ସପୋ ସେଣ୍ଟରର ଶିଳାନ୍ୟାସ ଲାଗି ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି। ଦିଲ୍ଲୀର ଧୌଲାକୁଆଁରୁ ଦ୍ୱାରକା ଯାଏଁ ସେ ମେଟ୍ରୋରେ ଯାତ୍ରା କରିଥିଲେ। ଏଠାରେ ପ୍ରଧାନମନ୍ତ୍ରୀଙ୍କ ସହ ସାଧାରଣ ଯାତ୍ରୀମାନେ ମିଶିବାର ସୁଯୋଗ ହାତଛଡ଼ା କରି ନ ଥିଲେ। ସହଯାତ୍ରୀମାନେ ମୋଦିଙ୍କ ସହ ସେଲ୍ଫି ଉଠାଇବା ସହ ସୌଜନ୍ୟମୂଳକ କଥାବାର୍ତ୍ତା ମଧ୍ୟ ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଅବସରରୁ ଢେର ଆନନ୍ଦ ଉଠାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଙ୍ଗରକ୍ଷୀମାନେ ଦୂରରେ ରହି ସେମାନଙ୍କ କାର୍ଯ୍ୟ ସଂପାଦନ କରିଥିଲେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଟ୍ଵିଟର ହାଣ୍ଡେଲ୍ରୁ ଏହି ସମୟର ଫଟୋ ଟ୍ଵିଟ୍ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
#WATCH PM Narendra Modi rides metro from Dhaula Kuan to Dwarka, enroute to the India International Convention & Expo Centre (IICC) foundation stone laying event. #Delhi pic.twitter.com/T4M6Z8uHFP
— ANI (@ANI) 20 September 2018
ଉଲ୍ଲେଖଯୋଗ୍ୟ କି, ଗତ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍ ଜୋଏଙ୍କ ସହ ସାମସଙ୍ଗ୍ର ନୂତନ ନିର୍ମାଣ କେନ୍ଦ୍ରର ଉଦ୍ଘାଟନ ଲାଗି ମେଟ୍ରୋ ଟ୍ରେନ୍ରେ ଯାତ୍ରା କରିଥିଲେ। ସେ ନୂଆଦିଲ୍ଲୀର ମଣ୍ଡିହାଉସ୍ ଷ୍ଟେସନ୍ରୁ ନୋଏଡାର ବଟାନିକାଲ୍ ଗାର୍ଡେନ୍ ଷ୍ଟେସନ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲେ।
Smiles on the Delhi Metro.
People interact with PM @narendramodi during the journey from Dwarka, after he laid the foundation stone of a Convention Centre. pic.twitter.com/cD82lIj8Zx
— PMO India (@PMOIndia) 20 September 2018
ପ୍ରଧାନମନ୍ତ୍ରୀଙ୍କ ମେଟ୍ରୋ ଯାତ୍ରା ସମୟରେ ସାଧାରଣ ଲୋକେ ତାଙ୍କ ସହ ମିଶିବାର ସୁଯୋଗ ପାଇବା ସହ ସେଲ୍ଫି ଉଠାଇବାର ମଜା ନେଇଥାଆନ୍ତି।