ଉତ୍ତର-ପୂର୍ବାଞ୍ଚଳ ପରେ ଏବେ ଆସନ୍ତା ୧୬ରେ ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬ ତାରିଖ ଦିନ ୧୧ ଟା ବେଳେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଓଡିଶ, ମହାରାଷ୍ଟ୍ର, ତାମିଲନାଡୁ ଓ କେରଳ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ । ଏହି ଭର୍ଚୁଆଲ ବୈଠକରେ କରୋନା ସ୍ଥିତି ନେଇ ଆଲୋଚନା ହେବ । ତେବେ ଆଜି ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବି କରୋନା ସ୍ଥିତି ନେଇ ଆଲୋଚନା କରିଛନ୍ତି ।

କରୋନାର ତୃତୀୟ ଲହର ନେଇ ବିଶେଷଜ୍ଞମାନେ ସତର୍କ କରାଇବା ପରେ ଏହାର ମୁକାବିଲା ପାଇଁ ତତ୍ପର ହୋଇ ପଡିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ କରୋନାର ଦ୍ଵିତୀୟ ଲହର ଟିକେ କମିଥିଲେ ବି ଏବେବି କିଛି ରାଜ୍ୟରେ କରୋନା ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି । ତେଣୁ ଏହାର ନିରାକରଣ ନେଇ ପ୍ରଧାନମନ୍ତ୍ରୀ ପର୍ଯ୍ୟାୟକ୍ରମେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରୁଛନ୍ତି ।

The Economic Times

ସେପଟେ ଆଜିର ଆଲୋଚନାରେ ପ୍ରଧାନମନ୍ତ୍ରୀ ବିଶେଷଭାବେ ପର୍ଯ୍ୟଟନସ୍ଥଳୀ ଓ ବଜାରମାନଙ୍କରେ ବଢୁଥିବା ଭିଡକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି କି କରୋନାର ତୃତୀୟ ଲହରକୁ ରୋକିବାକୁ ହେଲେ ଆମକୁ ସତର୍କ ରହିବାକୁ ପଡିବ । ଏହାସହ କରୋନାର ଦ୍ୱିତୀୟ ଲହର ବେଳେ ଦେଖାଦେଇଥିବା ସମସ୍ୟା ଉପରେ ଗୁରୁତ୍ୱ ଦେଇ ତାହାର ସମାଧାନ କରିବାକୁ ସେ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ସମ୍ବନ୍ଧିତ ଖବର