ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇମ୍ରାନ ଖାନଙ୍କ ସହିତ କଥା ହୋଇଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଇମ୍ରାନଙ୍କୁ ଫୋନ କରି ମୋଦୀ ଅଭିନନ୍ଦନ ଜଣାଇବା ସହିତ ଆଶା ପ୍ରକାଶ କରିଛନ୍ତି ଯେ ସେହି ଦେଶରେ ଗଣତନ୍ତ୍ର ସୁଦୃଢ଼ ହେବ। ସେ କହିଥିଲେ ଯେ ପଡୋଶୀ ଦେଶମାନଙ୍କରେ ଶାନ୍ତି ପ୍ରତିଷ୍ଠା ଓ ବିକାଶ ହେଉଛି ଭାରତର ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଇମ୍ରାନଙ୍କ ପାକିସ୍ତାନ ତେହରିକ ପାର୍ଟି (ପିଟିଆଇ) ସଂସଦ ନିର୍ବାଚନରେ ସର୍ବାଧିକ ଆସନ ହାସଲ କରିଛି। ଅନ୍ୟ ଦଳର ସମର୍ଥନ ନେଇ ଏହା ସରକାର ଗଠନ କରିବାକୁ ଯାଉଛି। ମେଣ୍ଟ ନେତା ଇମ୍ରାନ ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/modi-3.jpg)