ଜାଣନ୍ତୁ ମୋଦୀ କାହିଁକି ଅମୀରଙ୍କୁ ଜଣାଇଲେ ଧନ୍ୟବାଦ

ନୂଆଦିଲ୍ଲୀ: ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନ୍‌ ନିକଟରେ ପ୍ରଧାନମନ୍ତ୍ରୀଙ୍କ ‘ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍‌’ ବ୍ୟବହାର ବନ୍ଦ  ପ୍ରୟାସକୁ ନେଇ ଏକ ଟୁଇଟ କରିଥିଲେ। ଯେଉଁଥିରେ ସେ ମୋଦୀ ଓ ଏଭଳି ପ୍ରୟାସକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ୍‌ ବି କରିଥିଲେ। ଏହାକୁ ନେଇ ମୋଦୀ ପ୍ରତିକ୍ରିୟା ବି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରିଟୁଇଟ କରି ଅମୀରଙ୍କ କମେଣ୍ଟର ଉତ୍ତର ଦେଇଛନ୍ତି। ଅମୀର ‘ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍‌’ ବ୍ୟବହାର ବନ୍ଦ ପ୍ରୟାସକୁ ସମର୍ଥନ କରିଥିବା ନେଇ ମୋଦୀ ତାଙ୍କୁ ଧନ୍ୟବାଦ ଜଣାଇବା ସହିତ ଲେଖିଛନ୍ତି କି, ‘ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍‌’ର ବ୍ୟବହାରକୁ ଶେଷ କରିବାକୁ ନିଆଯାଇଥିବା ଏହି ପଦକ୍ଷେପରେ ନିଜର ବହୁମୂଲ୍ୟ ସମର୍ଥନ ପାଇଁ ଧନ୍ୟବାଦ ଅମୀର ଖାନ୍‌ । ଆପଣଙ୍କ ଏଭଳି ସମର୍ଥନ ଅନ୍ୟ ଲୋକଙ୍କୁ ବି ପ୍ରଭାବିତ କରିବ।


ଅମୀର ଖାନ୍‌ ଟୁଇଟ କରି ଲେଖିଥିଲେ, ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍‌’ ବ୍ୟବହାର ଶେଷ କରିବା ପାଇଁ କରିଥିବା ପ୍ରୟାସକୁ ସଭିଏଁ ଯଥାସମ୍ଭବ ସମର୍ଥନ କରିବା ଉଚିତ। ଏହା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଆମେ ‘ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍‌’ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦେବା।

ଏଭଳି ଭାବେ ଅମୀର ଟୁଇଟର ଜରିଆରେ ମୋଦୀଙ୍କ ଏହି ପ୍ରୟାସକୁ ସମର୍ଥନ କରିଥିଲେ।

ସମ୍ବନ୍ଧିତ ଖବର