ଅକ୍ଟୋବର ୨୩ରେ ମିଶନ ବିହାରକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୧୨ ଦିନରେ କରିବେ ୧୨ଟି ରାଲି

ପାଟନା: ଅକ୍ଟୋବର ୨୩ଠାରୁ ବିହାର ନିର୍ବାଚନ ପାଇଁ ଜନ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କର ଏହି ୧୨ ଦିନିଆ କାର୍ଯ୍ୟକ୍ରମରେ ୧୨ଟି ରାଲି ହେବ, ଯେଉଁଠାରେ ଜନସଭାକୁ ସମ୍ୱୋଧିତ କରିବେ ପ୍ରଧାନମନ୍ତ୍ରୀ । ସବୁଠାରୁ ବଡ଼ କଥା ହେଲା ଏହି ୧୨ ଟି ଯାକ ଜନସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ଯୋଗ ଦେବେ ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୩ରେ ପ୍ରଥମ ରାଲି କରିବା ସହ ଶାସାରାମ, ଗୟା ଓ ଭାଗଲପୁରରେ ଜନସଭାକୁ ଉଦବୋଧନ ଦେବେ । ସେହିଭଳି ଦ୍ୱିତୀୟ ରାଲି ଅକ୍ଟୋବର ୨୮ରେ ହେବା ସହ ଏହା ଦରଭଙ୍ଗା, ମୁଜାଫରପୁର ଓ ପାଟନାରେ ଅନୁଷ୍ଠିତ ହେବ । ନଭେମ୍ବର ୧ରେ ତୃତୀୟ ରାଲି ଚପ୍ରା, ପୂର୍ବ ଚମ୍ପରନ୍ ଓ ସମସ୍ତିପୁରଠାରେ ହେବ ବୋଲି କୁହାଯାଇଛି । ନଭେମ୍ବର ୩ରେ ସେ ପଶ୍ଚିମ ଚମ୍ପାରନ୍, ସହର୍ଷ ଏବଂ ଫୋର୍ବସଗଞ୍ଜରେ ସାଧାରଣ ସଭାରେ ଭାଷଣ ଦେବେ ବୋଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି।

PM Narendra Modi steers clear of caste, talks jungle raj, zehar at Bihar rally | India News,The Indian Express
The Indian Express

ସୂଚନା ମୁତାବକ, ବିହାର ନିର୍ବାଚନ ପାଇଁ ଏନଡିଏ ଜୋରଦାର ପ୍ରଚାର ଅଭିଯାନ ଚଳାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ବିଜେପି ଓ ଜେଡିୟୁ ପାଇଁ ବିଭିନ୍ନ ଜନସଭାରେ ଯୋଗ ଦେଉଛନ୍ତି । ପ୍ରଥମେ ସେ ଭର୍ଚୁଆଲ ରାଲି କରୁଥିବା ବେଳେ ଏବେ ସେ ପ୍ରକୃତ ରାଲିରେ ଯୋଗ ଦେଉଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ଭଳି ଏଥର ବି ଜେଡିୟୁ ଏନଡିଏର ବଡ଼ ଭାଇ ଭାବେ ମେଣ୍ଟକୁ ପରିଚାଳନା କରୁଥିବା ଦେଖିବାକୁ ମିଳିଛି । ଆସନ ବୁଝାମଣା ବେଳେ ବି ଜେଡିୟୁକୁ ୧୨୨ ଓ ବିଜେପିକୁ ୧୨୧ ଆସନ ମିଳିଥିଲା । ଜେଡିୟୁକୁ ମିଳିଥିବା ୧୨୨ ଆସନରୁ ଜିତିନରାମ ମାଂଝୀଙ୍କ ଆୱାମ ପାର୍ଟିକୁ ୭ ଆସନ ଛାଡ଼ିଥିଲା । ସେହିଭଳି ବିଜେପି ଭାଗରେ ପଡ଼ିଥିବା ୧୨୧ ଆସନରୁ ମୁକେଶ ସାହାଣୀଙ୍କ ଭିଆଇପି ପାର୍ଟିକୁ ୧୧ ଟି ଆସନ ଛାଡ଼ିଛି। ଅନ୍ୟପଟେ ଦୀର୍ଘଦିନ ହେବ ଏନଡିଏ ମେଣ୍ଟରେ ସାମିଲ ହେଉଥିବା ସ୍ୱର୍ଗତଃ ରାମବିଳାଶ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି ଏଥର ଏନଡିଏ ମେଣ୍ଟରେ ନାହିଁ । ନୀତିଶ କୁମାର ଙ୍କୁ ବିରୋଧ କରି ରାଜ୍ୟ ଏଲଜେପିର ମୁଖ୍ୟ ଚିରାଗ ପାଶୱାନ ଏକାକୀ ନିର୍ବାଚନ ଲଢୁଛନ୍ତି । ହେଲେ ଏଲଜେପି ଏକାକୀ ଲଢୁଥିବା ବେଳେ ବିଜେପିର ଅନେକ ବରିଷ୍ଠ ନେତା ଏଲଜେପିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର