ନୂଆଦିଲ୍ଲୀ: ଆଜି ଦିନ ୧୧ଟାରେ ନିଜର ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ୍' ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିବେ। ଶନିବାର ରାତିରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ମୁଖରେ ଭାଷଣ ଦେବେ। ଏହି କାର୍ଯ୍ୟକ୍ରମ ରେଡ଼ିଓରେ ମଧ୍ୟ ପ୍ରସାରିତ ହେବ | ଜୁଲାଇ୧୧ରେ ନରେନ୍ଦ୍ର ମୋଦୀ ସୂଚନା ଦେଇଥିଲେ ଯେ ସେ ଜୁଲାଇ ୨୬ରେ 'ମନ କି ବାତ୍'ରେ ଦେଶକୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମ ପାଇଁ ସେ ପରାମର୍ଶ ମଧ୍ୟ ମାଗିଥିଲେ।
/sambad/media/post_attachments/5a2324e064b1f2eebaa968b99f9b1167ecae791f9b38aa2927fd5c0e33abe745.jpg)
ଏହା ତାଙ୍କର ରେଡିଓ କାର୍ଯ୍ୟକ୍ରମର ୬୭ତମ ପର୍ଯ୍ୟାୟ ହେବ | ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୮ରେ 'ମନ କି ବାତ୍' କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଜୁନ୍ ୨୮ର 'ମନ୍ କି ବାଟ୍' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଲକଡାଉନ, ଅନଲକ୍ -୧ ଏବଂ ଚୀନ୍ ବିଷୟରେ କହିଥିଲେ। ତେବେ ଆଜି ପ୍ରଧାନମନ୍ତ୍ରୀ କେଉଁ କେଉଁ ବିଷୟରେ ଆଲୋଚନା କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।