ନୂଆ ଟିମ୍ ସହିତ ଜୁଲାଇ ୧୪ରେ ପୁଣିଥରେ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ, କରୋନା ସ୍ଥିତି ନେଇ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ପୂର୍ବ ସପ୍ତାହରେ ମୋଦୀଙ୍କ କ୍ୟାବିନେଟ ସମ୍ପ୍ରସାରଣ ପରେ ଦିଲ୍ଲୀ ରାଜନୀତି ସରଗରମ ରହିଛି । ଏହାରି ମଧ୍ୟରେ ଜୁଲାଇ ୧୪ରେ ଦ୍ୱିତୀୟ ଥର ପାଇଁ ନିଜ ଟିମ୍ ସହ ପ୍ରଧାନମନ୍ତ୍ରୀ ପୁଣିଥରେ ବୈଠକ କରିବେ ବୋଲି ସୂଚନା ମିଳିଛି । ଏହାପୂର୍ବରୁ ଜୁଲାଇ ୮ ତାରିଖରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ସମସ୍ତ ମନ୍ତ୍ରୀଙ୍କ ସହ ବୈଠକ କରିଥିଲେ । ହେଲେ ଆଗମୀ ବୈଠକରେ କେଉଁ ବିଷୟ ଉପରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇ ନାହିଁ । ହେଲେ ଅନୁମାନ କରାଯାଉଛି କି, କରୋନା ସ୍ଥିତି ଉପରେ ଆଲୋଚନା ହୋଇପାରେ ।

India Tv News

ଉଲ୍ଲେଖଯୋଗ୍ୟ, ଦେଶର କରୋନାର ଦ୍ୱିତୀୟ ଲହର ଟିକେ କମିଥିଲେ ବି କିଛି ରାଜ୍ୟରେ ଏବେ ବି କରୋନା ସଂକ୍ରମଣ ଶୀର୍ଷରେ ରହିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିବା ସହ ୬ ଟି ରାଜ୍ୟକୁ ଏହାର କାରଣ ଓ ନିରାକରଣ ବାବଦରେ ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଟିମ୍ ପଠାଇଥିଲେ । ଜୁଲାଇ ୮ରେ ହୋଇଥିବା ବୈଠକରେ ବି ପ୍ରଧାନମନ୍ତ୍ରୀ କରୋନା ସଂକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଲୋକମାନଙ୍କୁ ସାମାଜିକ ଦୂରତା, ମାସ୍କ ପିନ୍ଧିବା ନେଇ ଉପଦେଶ ଦେଇଥିଲେ । ଏହା ସହ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ମନ୍ତ୍ରୀମାନଙ୍କୁ ଗଣମାଧ୍ୟମରେ ଅନାବଶ୍ୟକ ମନ୍ତବ୍ୟ ଦେବାକୁ ବାରଣ କରିଥିଲେ । ସେ କହିଥିଲେ କି କେବଳ ନିଜ ମନ୍ତ୍ରାଳୟ ବ୍ୟତିତ ଅନ୍ୟ କୌଣସି ବାବଦରେ ମନ୍ତ୍ରବ୍ୟ ନଦେବାକୁ କହିବା ସହ ନିଜ ମନ୍ତ୍ରାଳୟଉପରେ ଫୋକସ କରିବାକୁ ସେ ଉପଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର