ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବ ଦୀପାବଳୀ ମହୋତ୍ସବ ଅବସରରେ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀରେ ପହଞ୍ଚିଛନ୍ତି। ହିନ୍ଦୁ କ୍ୟାଲେଣ୍ଡରର କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେବ ଦୀପାବଳି ପାଳନ କରାଯାଏ। ଚଳିତ ବର୍ଷ ଗଙ୍ଗା ନଦୀର ଉଭୟ ପାର୍ଶ୍ୱରେ ୧୫ଲକ୍ଷ ଦୀପ ଜାଳି ଦେବ ଦୀପାବଳୀ ପାଳନ କରାଯାଉଛି। ଏହି ଅବସରରେ ପ୍ରଥମ ଦୀପ ଜାଳି ଦେବ ଦୀପାବଳୀ ମହୋତ୍ସବର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ।
ଶୁଭାରମ୍ଭ ପରେ ଦେବ ଦୀପାବଳୀ ମହୋତ୍ସବରେ ହର ହର ମହାଦେବ ଏବଂ ଜୋ ବୋଲେ ସୋ ନିହାଲ ସତ୍ ଶ୍ରୀ ଆକାଲ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ। ଅଭିଭାଷଣ ଆରମ୍ଭରୁ ପ୍ରଥମେ ସେ ମା’ ଅନ୍ନପୂର୍ଣ୍ଣାଙ୍କ ପ୍ରତିମୂର୍ତ୍ତି ଚୋରି ବିଷୟରେ କହିଥିଲେ। ୧୦୦ବର୍ଷ ପୂର୍ବେ ଭାରତରୁ ଚୋରି ହୋଇଥିବା ମା’ ଅନ୍ନପୂର୍ଣ୍ଣାଙ୍କ ପ୍ରତିମୂର୍ତ୍ତି ଭାରତକୁ ଫେରୁଛି। କାଶୀ ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ | ଯଦି ଏହି ପ୍ରୟାସ ପୂର୍ବରୁ ହୋଇଥାନ୍ତା, ତେବେ ଏହିପରି ଅନେକ ପ୍ରତିମୂର୍ତ୍ତି ଭାରତକୁ ଫେରାଇ ଅଣାଯାଇପାରିଥାନ୍ତା। ତଥାପି, କିଛି ଲୋକଙ୍କ ଚିନ୍ତାଧାରା ଅଲଗା ଅଟେ | ଆମ ପାଇଁ, ଉତ୍ତରାଧିକାର ଅର୍ଥ ହେଉଛି ଐତିହ୍ୟ | କିଛି ଲୋକଙ୍କ ପାଇଁ ଉତ୍ତରାଧିକାରର ଅର୍ଥ ହେଉଛି ସେମାନଙ୍କର ନିଜ ପରିବାର ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।
 indiatoday
 indiatodayଏହା ପରେ କାଶୀବାସୀଙ୍କ ବିଷୟରେ କହିବାକୁ ଯାଇ, କାଶୀବାସୀମାନେ ହେଲେ ଶିବ ଏବଂ ଦେବୀଙ୍କର ଚଳନ୍ତି ପ୍ରତିମା ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ଏହା ସହ ସୁରକ୍ଷା ବାହିନୀଙ୍କୁ ଧନ୍ୟବାଦ ଜଣାଇ, ଆଜି ଦେଶ ପାଇଁ ନିଜ ଜୀବନ ସମର୍ପଣ କରିଥିବା ବ୍ୟକ୍ତିଙ୍କ ପାଇଁ ଏହି ଦୀପ ପ୍ରଜ୍ୱଳିତ ହୋଇଛି। ମୁଁ ଆମର ସୁରକ୍ଷା ବାହିନୀକୁ ସଲାମ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଶେଷରେ ସେ କୃଷି ବିଲକୁ ନେଇ କହିବା ସହ କାଶୀର ବିକାଶ ବିଷୟରେ ଜଣାଇଥିଲେ। ନୂତନ କୃଷି ଆଇନ କୃଷକମାନଙ୍କୁ ମଧ୍ୟସ୍ଥିଙ୍କଠାରୁ ବଞ୍ଚାଇଛି। ସେମାନଙ୍କୁ ସ୍ୱାଧୀନତା ଦେଇଛି। ଏହି ଆଇନ ଭବିଷ୍ୟତରେ କୃଷକଙ୍କ ହିତକୁ ଆଖି ଆଗରେ ରଖି ତିଆରି କରାଯାଇଛି। ବୋଲି କହିବା ସହ କାଶୀ ସହରରେ ଗଙ୍ଗା ନଦୀ ଯେପରି ପ୍ରବାହିତ ହେଉଛି, ବିକାଶର ସ୍ରୋତ ମଧ୍ୟ ଏଠାରେ ବର୍ଷ ବର୍ଷ ଧରି ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଅଭିଭାଷଣ ଶେଷ କରିବା ପୂର୍ବରୁ ସେ 'ହର ହର ମହାଦେବ' କହି ଭାଷଣ ଶେଷ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/t-352.jpg)
