୨୫ବର୍ଷ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଭାବେ କ୍ଷମତାରେ ରହିବେ ନରେନ୍ଦ୍ର ମୋଦୀ : ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ୬ଟି ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଶେଷ ପର୍ଯ୍ୟାୟ ମତଦାନ ପାଇଁ ସବୁ ଦଳ ନିଜ ବଳ କଷିବା ଆରମ୍ଭ କରି ଦେଇଛି । ପୂର୍ବରୁ ଚାଲୁ ରହିଥିବା ପ୍ରଚାରକୁ ଜୋରଦାର କରିବା ସହ ପରସ୍ପରକୁ କଟାକ୍ଷ କରିବାରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏ ମଧ୍ୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଯେଉଁ ଭବିଷ୍ୟବାଣୀ କରିଛନ୍ତି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ପ୍ରେସ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ମୋଦୀ ୨୫ବର୍ଷ ରାଜୁତି କରିବେ ବୋଲି କହିଛନ୍ତି ଯୋଗୀ । ତାଙ୍କର ଏଭଳି କହିବା ପଛରେ ସେଭଳି ବଡ଼ କାରଣ ମଧ୍ୟ ରହିଛି ।

oneindia.com

ଯୋଗୀ ସମାଜବାଦୀ ପାର୍ଟିର ନେତା ରାମ ମନୋହର ଲୋହିଆଙ୍କ ଏକ ପୁରୁଣା ସାକ୍ଷାତକାରକୁ ମନେ ପକାଇ ଏଭଳି କହିଛନ୍ତି । ରାମ ମନୋହର ଲୋହିଆ ନିଜର ପୁରୁଣା ସାକ୍ଷାତକାରରେ,ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦେଶର ବିକାଶ କେଉଁ ଦିନ ହେବ, ସେ ବିଷୟରେ ଜଣାଇଥିଲେ । ଯେଉଁଦିନ ଦେଶର ଗାଁ ଗୁଡ଼ିକରେ ଥିବା ସବୁ ଗରିବଙ୍କ ମୁହଁରେ ହସ ଫୁଟିବ, ଯେବେ ସେମାନଙ୍କୁ ଶୌଚାଳୟ ଏବଂ ଇନ୍ଧନ ଭଳି ଦରକାରୀ ଜିନିଷ ଖୁବ୍‌ ସହଜରେ ମିଳି ପାରିବ, ସେହିଦିନ ଦେଶ ବିକଶିତ ହେବ । ଯେଉଁ ପ୍ରଧାନମନ୍ତ୍ରୀ ଏହାକୁ ସଫଳ କରି ପାରିବେ, ସେ ୨୫ବର୍ଷ ପର୍ଯ୍ୟନ୍ତ ଦେଶରେ ରାଜ୍‌ କରିବେ ବୋଲି କହିଥିଲେ ରାମ ମନୋହର ଲୋହିଆ । ତେବେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ୫ବର୍ଷର ରାଜୁତି କାଳରେ ଏହାକୁ ସମ୍ଭବ କରି ଦେଶକୁ ପ୍ରଗତି ପଥରେ ନେଇଥିବାରୁ ମୋଦୀ ୨୫ବର୍ଷ ଦେଶରେ କ୍ଷମତାରେ ରହିବେ ବୋଲି କହିଛନ୍ତି ଯୋଗୀ ।

ସମ୍ବନ୍ଧିତ ଖବର