ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ବିଭିନ୍ନ ଦେଶର ରାଷ୍ଟ୍ରନେତା ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ପ୍ରୋଷ୍ଟେଟ୍ କ୍ୟାନ୍ସରରେ ପୀଡିତ ଅଛନ୍ତି । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି ଓ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ୮୨ ବର୍ଷୀୟ ବାଇଡେନଙ୍କୁ ପରାଜିତ କରି ଆମେରିକା ରାଷ୍ଟ୍ରପତି ହୋଇଥିଲେ ଡୋନାଲ୍ଡ ଟ୍ରମ୍ପ ।
Deeply concerned to hear about @JoeBiden's health. Extend our best wishes to him for a quick and full recovery. Our thoughts are with Dr. Jill Biden and the family.
— Narendra Modi (@narendramodi) May 19, 2025
ତେବେ ବାଇଡେନଙ୍କୁ ପ୍ରୋଷ୍ଟେଟ୍ କ୍ୟାନ୍ସର ହୋଇଥିବା ନେଇ ତାଙ୍କ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି । ଗତ ସପ୍ତାହରେ ବାଇଡେନଙ୍କ ମୂତ୍ରାଶୟରେ ସମସ୍ୟା ହେବା ପରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ଏହାପରେ ସେ ପ୍ରୋଷ୍ଟେଟ୍ କ୍ୟାନ୍ସରରେ ପୀଡ଼ିତ ଥିବା ନେଇ ଜଣାପଡ଼ିଛି । ୮୨ ବର୍ଷୀୟ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏବେ ଡାକ୍ତରୀ ଦଳର ନିରୀକ୍ଷଣରେ ରହିଛନ୍ତି । ଗତ ଜାନୁଆରୀ ମାସରେ ସେ ହ୍ୱାଇଟ୍ ହାଉସ୍ ଛାଡ଼ିବା ପରେ ସର୍ବସାଧାରଣରେ ଖୁବ୍ କମ୍ ନଜର ଆସିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/19/7PhGpyyjWv4Lde6hicki.jpg)