କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ପଶ୍ଚିମବଙ୍ଗରେ ଟିଏମ୍ସି ସରକାରକୁ ଭାଙ୍ଗି ଦେବାକୁ ସିଧାସଳଖ ଧମକ ଦେଇଥିବାରୁ ତାଙ୍କର ପ୍ରାର୍ଥୀପତ୍ର ନାକଚ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆଜି ଟିଏମ୍ସି ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗପତ୍ର ଦାଖଲ କରିଛି। ମୋଦୀଙ୍କ ବୟାନ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି ଏବଂ ମୋଦୀ ଏଭଳି ବୟାନ ରଖି ଭୋଟରମାନଙ୍କୁ ପ୍ରଭାବିତ କରିଛନ୍ତି ବୋଲି ମମତା କହିଛନ୍ତି। ମୋଦୀଙ୍କ ଉତ୍ତେଜନାପୂର୍ଣ୍ଣ ଏବଂ ଅଗଣତାନ୍ତ୍ରିକ ବୟାନ ପାଇଁ ତାଙ୍କ ପ୍ରାର୍ଥିପତ୍ର ବାତିଲ କରାଯିବା ଏ ଦିଗରେ ଉଚିତ ପଦକ୍ଷେପ ହେବ ବୋଲି ଟିଏମ୍ସି ରାଜ୍ୟସଭା ସାଂସଦ ଡେରେକ୍ ଓବ୍ରେନ୍ କହିଛନ୍ତି। ଓବ୍ରେନ୍ଙ୍କ ଦ୍ବାରା ଇସିଙ୍କୁ ଲେଖାଯାଇଥିବା ଅଭିଯୋଗ ପତ୍ରରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଏବେ ରାଜ୍ୟ ସରକାର ଭାଙ୍ଗିବା ପାଇଁ ଘୋଡ଼ା ବେପାର କରୁଛନ୍ତି। ଅନ୍ୟପକ୍ଷରେ ମମତା କହିଛନ୍ତି ଯେ ମୋଦୀ ଲଜ୍ଜାହୀନ ଭାବେ ତାଙ୍କ ସରକାରର ପତନ ପାଇଁ ଧମକାଇବା ଏକ ବିରଳ ଘଟଣା। ମୋଦୀ ଗତକାଲି ଶ୍ରୀରାମପୁରରେ ଏକ ନିର୍ବାଚନୀ ସଭାରେ କହିଥିଲେ ଯେ ଟିଏମ୍ସିର ୪୦ ଜଣ ବିଧାୟକ ତାଙ୍କ ସହ ସମ୍ପର୍କରେ ଅଛନ୍ତି ଏବଂ ବିଜେପି ଲୋକସଭା ନିର୍ବାଚନ ଜିତିଲେ ମେ’ ୨୩ ପରେ ଏମାନେ ବିଦ୍ରୋହ କରି ଟିଏମ୍ସି ଛାଡ଼ିଦେବେ। ମୋଦୀଙ୍କ ଏହି ବୟାନ ବାବଦରେ ତାଙ୍କୁ ପ୍ରମାଣ ରଖିବାପାଇଁ ନିର୍ବାଚନ କମିସନ୍ କୁହନ୍ତୁ ବୋଲି ଟିଏମ୍ସି ପକ୍ଷରୁ ଜୋର୍ଦାର ଦାବି କରାଯାଇଛି।
ଟିଏମ୍ସି ବିଧାୟକଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ବୟାନ:ପ୍ରାର୍ଥିପତ୍ର ରଦ୍ଦ ପାଇଁ ଦାବି କଲା ଟିଏମ୍ସି
/sambad/media/post_attachments/wp-content/uploads/2019/05/images.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)