ପ୍ରଧାନମନ୍ତ୍ରୀଙ୍କ ଅସନ୍ତୋଷ ପରେ ବିଏସଏଫ ଜବାନଙ୍କ ଦରମାକାଟ ନିର୍ଦ୍ଦେଶ ବାତିଲ

ମୋଦିଙ୍କ ନାଁ ଆଗରୁ ଶ୍ରୀ ଲଗାଇ ନଥିବାରୁ ୭ ଦିନର ଦରମା କଟିଥିଲା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ନାଁ ଆଗରୁ ଶ୍ରୀ ବା ମାନ୍ୟବର ଲଗାଇନଥିବାରୁ ବିଏସଏଫ ଜବାନଙ୍କ ସାତ ଦିନର ଦରମା କଟାଯିବା ଘଟଣା ଆଜି ଏକ ରୋଚକ ମୋଡ ନେଇଛି । ଏହି ଘଟଣା ସଂପର୍କରେ ଜାଣିବା ପରେ ଖୋଦ ପ୍ରଧାନମନ୍ତ୍ରୀ ମୋଦି ଭୀଷଣ ଅସନ୍ତୋଷ ପ୍ରକଟ କରିଛନ୍ତି । ଏହା ପରେ ବିଏସଏଫ୍‌ ପକ୍ଷରୁ ସଂପୃକ୍ତ ଜବାନଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର କରିନିଆଯାଇଛି । ଏ ସଂପର୍କରେ ବିଏସଏଫ୍‌ ପକ୍ଷରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି ।

 

ଏଠାରେ କହିରଖୁଛୁ ଯେ ଏହି ଘଟଣାଟି ପଶ୍ଚିମବଙ୍ଗର ନଦିଆ ଅନ୍ତର୍ଗତ ମହତପୁରସ୍ଥିତ ବିଏସ୍ଏଫ୍ର ୧୫ ବାଟାଲିୟନ୍ ମୁଖ୍ୟାଳୟରେ ଘଟିଥିଲା । ଯବାନମାନଙ୍କର ଦୈନନ୍ଦିନ କାର୍ଯ୍ୟକଳାପ ତଥା ନିୟମିତ ବ୍ୟାୟାମ ‘ଜିରୋ ପରେଡ୍’ ବେଳେ କନେଷ୍ଟବଳ ସଂଜୀବ କୁମାର କହିଲେ ‘ମୋଦି ପ୍ରୋଗ୍ରାମ୍’।
ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅସମ୍ମାନ ବୋଲି ବିଚାର କରି ବାଟାଲିୟାନ୍ର କମାଣ୍ଡିଙ୍ଗ୍ ଅଫିସର୍, କମାଣ୍ଡାଣ୍ଟ୍ ଅନୁପ ଲାଲ୍ ଭଗତ୍ କୁମାରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିର କଲେ। ତୁରନ୍ତ ବିଚାର କରାଯାଇ ବିଏସ୍ଏଫ୍ ଆଇନ୍ର ଧାରା ୪୦ ଅନୁସାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର