ନୋବେଲ ପୁରସ୍କାର ପାଇଁ ଅଭିଜିତଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ-ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତବର୍ଷର ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଭାରତୀୟ-ଆମେରିକୀୟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ | ଯାହାକୁ ନେଇ ଅଭିଜିତଙ୍କୁ ଏବେ ଅଭିନନ୍ଦନର ସୁଅ ଛୁଟିଛି | ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଜିତଙ୍କୁ ଅଭିନନ୍ଦନ ଜଣାଇଛନ୍ତି |

ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ ଅଭିଜିତଙ୍କ ଗବେଷଣା ଅର୍ଥନୀତିଜ୍ଞଙ୍କୁ କିଭଳି ଭାରତ ଓ ବିଶ୍ୱବ୍ୟାପି ଦେଖାଯାଉଥିବା ଦାରିଦ୍ର୍ୟକୁ ମୁକାବିଲା କରିବାକୁ ହେବ ସେ ନେଇ ସାହାଯ୍ୟ କରିବ |


ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅଭିଜିତଙ୍କୁ ଅଭିନନ୍ଦନ ଜଣାଇଥିବାବେଳେ ଦାରିଦ୍ର୍ୟ ଦୂରୀକରଣରେ ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରିଛନ୍ତି | ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଲେଖିଛନ୍ତି ଯେ ଦେଶ ଆଜି ଅଭିଜିତଙ୍କ ପାଇଁ ଗର୍ବିତ |

ସମ୍ବନ୍ଧିତ ଖବର