ଅମ୍ପାନ ମହାବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ମୋଦୀ

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟି ହୋଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ମୁହାଁଇଥିବା ମହାବାତ୍ୟା ଅମ୍ପାନର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହା, କ୍ୟାବିନେଟ ସଚିବ ରାଜୀବ ଗଉବା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ. ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ସମୀକ୍ଷା ଅବସରରେ ମୋଦୀ କହିଛନ୍ତି ଯେ ସେ ସମସ୍ତଙ୍କ ନିରାପତ୍ତା କାମନା କରୁଛନ୍ତି ଓ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ସବୁପ୍ରକାରର ସହାୟତା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୋଦୀ ସ୍ଥିତି ସଂପର୍କରେ ଅବଗତ ହେବା ସହ ମୁକାବିଲା ପ୍ରସ୍ତୁତି, ଏନଡିଆରଏଫ ଦ୍ୱାରା ପ୍ରସ୍ତୁତ ଉଦ୍ଧାର କାର୍ଯ୍ୟର ଯୋଜନାରସମୀକ୍ଷା କରିଛନ୍ତି । ଏହି ଅବସରରେ ଏନଡିଆରଏଫ ମହାନିର୍ଦ୍ଦେଶକ ଏସଏନ ପ୍ରଧାନ ଜଣାଇଥିଲେ ଯେ ୨୫ଟି ଏନଡିଆରଏଫ ଟିମ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ମୁତୟନ କରାଯାଇଛି ଓ ଅନ୍ୟ ୧୨ଟି ଟିମକୁ ପ୍ରସ୍ତୁତ ରଖାଯାଇଛି । ଦେଶର ଅନ୍ୟ କେତେକ ସ୍ଥାନରେ ଆଉ ୨୪ଟି ଏନଡିଆରଏଫ ଦଳକୁ ସଜାଗ ରଖାଯାଇଛି ବୋଲି ସେ କହିଛନ୍ତି ।

ଗତକାଲି କ୍ୟାବିନେଟ ସଚିବ ଓଡ଼ିଶା ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଅମ୍ପାନ ଆସନ୍ତା ୨୦ ତାରିଖରେ ପଶ୍ଚିମବଙ୍ଗର ଦୀଘା ଉପକୂଳ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର