ଲୋକସଭା ନିର୍ବାଚନରେ ମତଦାତାଙ୍କୁ ମତଦାନ ପାଇଁ ପ୍ରେରିତ କରିବା ନେଇ ମୋଦି ରାହୁଲ-ନବୀନଙ୍କ ସମେତ ଅନେକ ପ୍ରମୁଖ ନେତାଙ୍କୁ କଲେ ଟୁଇଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୧୯ ପାଇଁ ତାରିଖ ଘୋଷଣା ହୋଇ ସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ମତଦାତାଙ୍କୁ ଭେଟ ଦେବା ପାଇଁ ନିବେଦନ କରିଛନ୍ତି। ମୋଦି ଏଥିସହିତ ବିରୋଧୀ ଦଳର ସମସ୍ତ ନେତାଙ୍କ ସହିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଖେଳାଳୀ, କଳାକାର, ବ୍ୟବସାୟ ଜଗତର ନାମୀଦାମୀ ବ୍ୟକ୍ତିଙ୍କୁ ସାଧାରଣଲୋକମାନଙ୍କୁୁ ଭୋଟ ଦେବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ନିବେଦନ କରିଛନ୍ତି।

 

ମୋଦି ବୁଧବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଟିଏମ୍‌ସି ପ୍ରମୁଖ ମମତା ବାନାର୍ଜୀ, ତେଜସ୍ୱୀ ଜାଦବ, ମାୟବତୀ, ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ସିକିମ୍‌ ମୁଖ୍ୟମନ୍ତ୍ରୀ ପଓ୍ଵନ ଚାମଲିଙ୍ଗ ଓ ରାମବିଳାସ ପାସଓ୍ଵାନ୍‌, ସରଦ ପଓ୍ଵାର ସମେତ ଅନେକ ପ୍ରମୁଖ ନେତାଙ୍କୁ ଟୁଇଟରରେ ଟ୍ୟାଗ କରିଛନ୍ତି। ସେହିପରି ଲୋକସଭା ନିର୍ବାଚନ ପାଇଁ ସାଧାରଣଲୋକଙ୍କୁ ସଚେତନ କରିବାକୁ ଠାକରେ, ଏଚ.ବାଦଲ ଓ  ଷ୍ଟାଲିନ୍‌ଙ୍କୁ ବି ମୋଦି ବୁଧବାର ଟୁଇଟରରେ ଟ୍ୟାଗ କରିଛନ୍ତି।

ମୋଦି ଅନ୍ୟ ଏକ ଟୁଇଟରେ ଏଭଳି ବାର୍ତ୍ତା ଦେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଚନ୍ଦ୍ରବାବୁ ନାଇଡୁ, ଏଚଡି କୁମାରସ୍ୱାମୀ ଓ ଓ୍ଵାଇଏସ୍‌ଆର ଜଗମୋହନ ରେଡ୍ଡିଙ୍କୁ ବି ଟ୍ୟାଗ୍‌ କରିଛନ୍ତି।

ମୋଦି ଟୁଇଟର ବ୍ଲଗ୍‌ରେ ସାଧାରଣ ଲୋକମାନଙ୍କୁ ଅଧିକରୁ ଅଧିକ ମତଦାନ ପାଇଁ ଅନୁରୋଧ କରିଛନ୍ତି। ଏଥିସହିତ କହିଛନ୍ତି, ଦେଶକୁ ସୁଦୃଢ଼ କରିବା ପାଇଁ ମତଦାନ ଜରୁରୀ ଅଟେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୋଟିଏ ମାସ ସମୟ ଅଛି। ତେଣୁ ମତଦାନ କରିବା ଆମର ସବୁଠାରୁ ବଡ଼ ଅଧିକାର ବୋଲି ବାଛି ନେବା ଉଚିତ। ଅଧିକରୁ ଅଧିକ ଭୋଟ ଆମ ଗଣତନ୍ତ୍ରକୁ ଶକ୍ତିଶାଳୀ ବନାଇବ।

ସମ୍ବନ୍ଧିତ ଖବର