କରୋନା ସ୍ଥିତି ସମୀକ୍ଷା କରିବା ପାଇଁ ବୁଧବାର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଉଥିବାରୁ ସ୍ଥିତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି। ବୁଧବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ। ବୁଧବାର ଦିନ ୧୨ଟା ୩୦ରେ ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନାସ୍ଥିତି ବିଷୟରେ ଆଲୋଚନା କରିବେ।

पीएम मोदी ने कोरोना के बढ़ते मामलों के मद्देनजर सभी मुख्यमंत्रियों की बैठक बुलाई है. (फाइल फोटो)
aajtak

ଏହା ସହ ବୈଠକରେ ଦେଶରେ ଚାଲିଥିବା ଟିକାକରଣ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମତାମତ ନେବେ ବୋଲି ଜଣାପଡ଼ିଛି। ଗତ କିଛି ଦିନ ହେବ ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଆଜି ଦେଶରେ ୮୫ଦିନ ମଧ୍ୟରେ ପ୍ରଥମ କରି ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ଘଣ୍ଟାରେ ୨୬,୨୯୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୨୦୨୧ରେ ପ୍ରଥମ ଥର ପାଇଁ ଏତେ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମଣର କାରଣ ଜାଣିବା ପାଇଁ ବିଭିନ୍ନ ଟିମକୁ ପଠାଯାଇଥିବା ବେଳେ ଲୋକେ କରୋନା କଟକଣା ମାନୁ ନଥିବାରୁ ସଂକ୍ରମଣ ବଢ଼ୁଥିବା ଜଣାପଡ଼ିଛି। ବୈଠକ ପରେ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ପଣି ଥରେ କଟକଣା କଡାକଡ଼ି କରିବେ କି ନାହିଁ, ତାହା ଜଣାପଡ଼ିବ।

ସମ୍ବନ୍ଧିତ ଖବର