ଆସନ୍ତାକାଲି ଅପରାହ୍ନ ୩ଟାରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଲକଡାଉନ୍ ଉପରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆସନ୍ତାକାଲି ଅପରାହ୍ନ ୩ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଉ ଏକ ଭିଡିଓ କନଫରେନ୍ସ କରିବେ। ମାର୍ଚ୍ଚ ୨୫ରେ କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଲକଡାଉନ୍ ଘୋଷଣା ହେବା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ଅନେକ ବିଷୟ ଉପରେ ଆଲୋଚନା କରି ଆସୁଛନ୍ତି | ଆସନ୍ତାକାଲି ହେବାକୁ ଥିବା ଏହି ବୈଠକ ପଞ୍ଚମ ହେବ ବୋଲି ଜଣା ପଡିଛି। ସୂତ୍ରରୁ ପ୍ରକାଶ ଯେ, ଏହି ବୈଠକରେ ଲକ୍ଡାଉନ୍ ଉପରେ ଆଲୋଚନା କରାଯିବ | ମେ ୧୭ ପରେ କେଉଁ ଅଞ୍ଚଳରେ ପ୍ରତିବନ୍ଧକ ହ୍ରାସ କରାଯିବ, ସେ ନେଇ ଆଲୋଚନା କରାଯାଇପାରେ ବୋଲି ସୂତ୍ରରୁ ପ୍ରକାଶ। ତେବେ କେନ୍ଦ୍ର ଏହା ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ, ଲକଡାଉନ୍ ଉଠାଇବା କାମ ପର୍ଯ୍ୟାୟକ୍ରମେ ଧୀରେ ଧୀରେ କରାଯିବ।

Corona to battle: Prime Minister Narendra Modi to meet with Chief ...
Ampinity News

ସୂଚନା ମୁତାବକ, ପାଞ୍ଚ ସପ୍ତାହରୁ ଅଧିକ ସମୟ ଧରି ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ହେବା ବ୍ୟବସାୟ ତଥା ରାଜ୍ୟ ରାଜସ୍ୱକୁ ମାନ୍ଦା କରିଦେଇଛି। ଦୁଇ ସପ୍ତାହ ମଧ୍ୟରେ ଅଧିକାଂଶ ରାଜ୍ୟ କୃଷି, ନିର୍ମାଣ କାର୍ଯ୍ୟକଳାପ ଏବଂ ମନରେଗା କାର୍ଯ୍ୟ ସହିତ ଅଧିକ ଆବଶ୍ୟକ କରୁଥିବା କ୍ଷେତ୍ରରେ ପ୍ରତିବନ୍ଧକକୁ ହ୍ରାସ କରିଛନ୍ତି | ଗତ ସପ୍ତାହରେ, ଅଧିକାଂଶ ରାଜ୍ୟ ମଧ୍ୟ ମଦ ବିକ୍ରି ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର