ଟିକା ପ୍ରସ୍ତୁତି ପ୍ରକ୍ରିୟା ତଦାରଖ କରିବାକୁ ସିରମ୍ ଇନଷ୍ଟିଚ୍ୟୁଟ୍ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବକୁ ଦେଖି ଦେଶବାସୀ କରୋନା ଟିକାକୁ ଅପେକ୍ଷା କରିଛନ୍ତି । ଏହାକୁ ନଜରରେ ରଖି ସିରମ୍ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ଟିକା ପ୍ରସ୍ତୁତକୁ ଜୋରଦାର କରିଛି । ସିରମ୍ ଇନଷ୍ଟିଚ୍ୟୁଟ୍ ଯେଉଁ ଟିକା ପ୍ରସ୍ତୁତ କରୁଛି ତାହାର ତଦାରଖ କରିବାକୁ ୨୮ ନଭେମ୍ବର ଦିନ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବେ ବୋଲି ସୂଚନା ରହିଛି।

ସିରମ୍ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ନାମକ ଏକ କରୋନା ଟିକା ପ୍ରସ୍ତୁତ କରୁଛି । ବର୍ତ୍ତମାନ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ଅନ୍ୟପଟେ ଏହି ଟିକା ପ୍ରସ୍ତୁତ କରୁଥିବା ଅକ୍ସଫୋର୍ଡ ୟୁନିଭରସିଟି ଓ ଏଷ୍ଟ୍ରୋଜେନିକା ଏହାକୁ ବିଦେଶରେ ପରୀକ୍ଷଣ ସମାପ୍ତ କରିଛନ୍ତି । ଏହି ଟିକାକୁ ଅନୁମତି ଦେବାକୁ ସେମାନେ ଇଂଲଣ୍ଡ ନିକଟରେ ଏକ ପ୍ରସ୍ତାବ ରଖିଛନ୍ତି।

ସିରମ୍ ଇନଷ୍ଟିଚ୍ୟୁଟ୍ ଟିକା ପ୍ରସ୍ତୁତିକୁ ଜୋରଦାର କରିଛି । ଲକ୍ଷ ଲକ୍ଷ ଟିକା ବି ପ୍ରସ୍ତୁତ ହୋଇ ରହିଛି । ଅନୁମତି ମିଳିଲେ ଏହି ଟିକାର ବଜାର ପ୍ରବେଶ ହେବ । ଏହି ପ୍ରସ୍ତୁତିକୁ ଦେଖିବାକୁ ପୁନେ ଠାରେ ଥିବା ସିରମ ଇନଷ୍ଟିଚ୍ୟୁଟରେ ୨୮ ନଭେମ୍ବର ଦିନ ପହଞ୍ଚିବେ ପ୍ରଧାନମନ୍ତ୍ରୀ ।

ଆଶା କରାଯାଉଛି କି ସେହିଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ କିଛି ଘୋଷଣା କରିପାରନ୍ତି ! ଏହାପୂର୍ବରୁ କରୋନା ସଂକଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭର୍ଚୁଆଲ ବୈଠକ କରିଥିଲେ । ଏଥିରେ ବଢୁଥିବା କରୋନା ସଂକ୍ରମଣ ଓ ଟିକାକୁ ନେଇ  ଆଲୋଚନା ବି ହୋଇଥିଲା । ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ କି ଯଦି କରୋନା ମହାମାରୀର ସମାଧାନ ବାବଦରେ କୌଣସି ମୁଖ୍ୟମନ୍ତ୍ରୀଙ୍କ ପାଖରେ କିଛି ସମାଧାନର ରାସ୍ତାଥାଏ ସେ ତାକୁ ଚିଠି ମାଧ୍ୟମରେ ଜଣାଇପାରିବେ ।

କରେନା ଟିକା ନେଇ ପ୍ରଧାନମନ୍ତ୍ରୀ କହିଥିଲେ କି କିଛି ଲୋକ ଏହି ମାମଲାକୁ ନେଇ ରାଜନୀତି କରୁଛନ୍ତି । ରାଜନୀତି କରିବା ଦ୍ୱାରା ଏହାର ସମାଧାନ ହୋଇପାରିବ ନାହିଁ । ଟିକା ଆସିଲେ ପ୍ରଥମେ କାହାକୁ ପ୍ରାଧାନ୍ୟ ଦିଆଯିବ ସେ ନେଇ ରାଜ୍ୟମାନଙ୍କ ସହିତ ଆଲୋଚନା କରି ନିସ୍ପତ୍ତି ନିଆଯିବ ।

ସମ୍ବନ୍ଧିତ ଖବର