କାଲି ପୁଣି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଲି ସହ କରିବେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ସେମାନଙ୍କର ପ୍ରଚାର ଅଭିଯାନକୁ ଜୋରଦାର କରିବାରେ ଲାଗିଛନ୍ତି । ଗୋଟିଏ ପଟେ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଲି ଓ ଜନସଭା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସେ ଭିତରେ ତୃତୀୟ ଥର ପାଇଁ ଆସନ୍ତାକାଲି ପଶ୍ଚିମବଙ୍ଗ ଗସ୍ତ କରି ଦଳୀୟ କର୍ମୀଙ୍କୁ ଏକଜୁଟ୍ କରିବାକୁ ଚେଷ୍ଟା କରିବେ ।

Image result for pm modi
Business Insider India

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତବେଳେ ହୁଗୁଳିଠାରେ ଏକ ରାଲି ଓ ଜନସଭା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ସେଠାରେ ପ୍ରସ୍ତୁତି ବି ଜୋରଦାର କରାଯାଉଛି । ଜାନୁଆରି ୨୩ ତାରିଖରେ ବି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ସେହି ସମୟରେ ସେ ନେତାଜୀ ସୁଭାଷଚନ୍ଦ୍ର ବୋସଙ୍କର ୧୨୫ ତମ ଜୟନ୍ତୀ ସମାରୋହରେ ଯୋଗ ଦେଇଥିଲେ ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ରାଲି ଓ ସଜନଭା ସହିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି । ଏହା ମଧ୍ୟରେ ରହିଛି ବାରାନଗର ଷ୍ଟେସନଠାରୁ ନବାପଡ଼ା ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋ ରେଳ ପ୍ରକଳ୍ପର ଶୁଭାରମ୍ଭ । ଏନେଇ ନିଜେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି କି ନବାପଡ଼ାରୁ ଦକ୍ଷିଣେଶ୍ୱର ଯାଏ ମେଟ୍ରୋ ରେଳସେବାର ଶୁଭାରମ୍ଭ କରାଯିବ ।

ସମ୍ବନ୍ଧିତ ଖବର