ପ୍ରଧାନମନ୍ତ୍ରୀ ବି କଲ୍‌ଡ୍ରପ୍‌ ସମସ୍ୟାର ସମ୍ମୁଖୀନ ହେଉଛନ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ କଲ୍‌ଡ୍ରପ୍‌ ସମସ୍ୟାରୁ ତ୍ରାହି ନାହିଁ। ଦିଲ୍ଲୀ ବିମାନ ବନ୍ଦରରୁ ନିଜର ଆବାସିକ କାର୍ଯ୍ୟାଳୟକୁ ଯିବା ବାଟରେ ସେ କେମତି ଫୋନ୍‌ କଲ୍‌ ପୂର୍ଣ୍ଣ କରି ପାରୁ ନାହାନ୍ତି ତାହା ସେୟାର୍‌ କରିଛନ୍ତି। ଏଥିପାଇଁ ସେ ଟେଲିକମ୍‌ ବିଭାଗକୁ ନିର୍ଦେଶ ଦେଇ କହିଛନ୍ତି କି, ଏ ସମସ୍ୟାର ସମାଧାନ ପାଇଁ କିଛି ବୈଷୟିକ ସମାଧାନ କାଢ଼ନ୍ତୁ ଏବଂ ମୋବାଇଲ୍‌ ଅପରେଟର୍‌ମାନେ ଗ୍ରାହକମାନଙ୍କୁ ଉଚ୍ଚ ମାନର ସନ୍ତୋଷ ଦେଉଛନ୍ତି ବୋଲି ନିଶ୍ଚିତ କରନ୍ତୁ।

ପ୍ରଧାନମନ୍ତ୍ରୀଙ୍କର ଏହି ମନ୍ତବ୍ୟ ଶୀର୍ଷସ୍ତରୀୟ ସଚିବମାନଙ୍କ ସହ ତାଙ୍କର ମାସିକ େଓ୍ଵବ୍‌-ଭିତ୍ତିକ ଭାବ ଆଦାନପ୍ରଦାନ ‘ପ୍ରଗତି’ ସମୟରେ ଜଣାପଡ଼ିଛି। ଟେଲିକମ୍‌ ସଚିବ ସୁନ୍ଦରରାଜନ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ଗ୍ରାହକମାନେ କରିଥିବା କଲ୍‌ଡ୍ରପ୍‌ ଏବଂ ଅନ୍ୟାନ୍ୟ ଅଭିଯୋଗ ସବୁ ସେୟାର୍‌ କରିବା ପରେ ଏ କଥା ଉଠିଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଦିଲ୍ଲୀ ଏୟାର୍‌ପୋର୍ଟ ପାଖାପାଖି ହେଲାକ୍ଷଣି ଲୋକେ କେମିତି ବାରମ୍ବାର କଲ୍‌ କରୁଛନ୍ତି ଏବଂ ଦେଶ ବ୍ୟାପୀ ଏବେ କଲ୍‌ଡ୍ରପ୍‌ ଗୋଟାଏ ସମସ୍ୟା ହେଲାଣି।

କଲ୍‌ଡ୍ରପ୍‌ ଯୋଗୁଁ ଟେଲିକମ୍‌ ଅପରେଟର୍‌ଙ୍କ ଠାରୁ କେତେ ଜରିମାନା ଆଦାୟ କରାଗଲାଣି ବୋଲି ପ୍ରଧାନମନ୍ତ୍ରୀ ମୋଦି କୁଆଡ଼େ ପଚାରିଥିଲେ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ପ୍ରତି ୩ଟି କଲ୍‌ଡ୍ରପ୍‌ ପାଇଁ ୧ଟଙ୍କା ପଡୁଛି ବୋଲି ସୁନ୍ଦରରାଜନ କହିଥିଲେ।

ସମ୍ବନ୍ଧିତ ଖବର