ଓଡ଼ିଶା ଗସ୍ତପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟୁଇଟ୍‌ ‘ଲୋକେ ଉଭୟ ବିଜେଡି ଓ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିବେ’

0

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦୀ ସୁନ୍ଦରଗଡର ରୁପିଢ଼ିହି ଛତାବର ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେ ସକାଳ ୧୦ଟା ୪୫ ମିନିଟ୍‌ ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେ ବିମାନଯୋଗେ ଝାରସୁଗୁଡାରେ ଓହ୍ଲାଇ ସେଠାରୁ ହେଲିକେପ୍ଟର ଯୋଗେ ସୁନ୍ଦରଗଡ଼ରେ ପହଞ୍ଚିବେ ବୋଲି ଜଣାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଓଡ଼ିଶା ଗସ୍ତ ପୂର୍ବରୁ ଟୁଇଟ୍‌ କରି ଲେଖିଛନ୍ତି ‘ଓଡିଶାର ସୁନ୍ଦରଗଡ ଓ ସୋନପୁରଠାରେ ଜନସଭାକୁ ସମ୍ବୋଧିତ କରିବି । ଓଡ଼ିଶାର ନିର୍ବାଚନ ଫଳାଫଳ ସାରା ଦେଶକୁ ଆଚମ୍ବିତ କରିବ; ବିଜେପି ରେକର୍ଡ ସଂଖ୍ୟକ ଆସନ ସହ ବିଜୟ ଲାଭ କରିବ, ଲୋକେ ଉଭୟ ବିଜେଡି ଓ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.