ଅହମଦାବାଦ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ରାଜ୍ୟର ୫ଟି ସ୍ଥାନରେ ପାଖାପାଖି ୮,୩୦୦କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଜଣାଯାଇଛି। ଆଜି ଦ୍ୱାରକା ସହର ସ୍ଥିତ ଦ୍ୱାରକାଧୀଶ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମୋଦି ତାଙ୍କ ଯାତ୍ରା ଆରମ୍ଭ କରିଛନ୍ତି। ସେଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବା ସହ ଗୁଜରାଟର ଦେବଭୂମି ଦ୍ୱାରକା ଜିଲ୍ଲାରେ ଦେଶର ପ୍ରଥମ ସାମୁଦ୍ରିକ ପୁଲିସ ତାଲିମ ଅନୁଷ୍ଠାନ ସ୍ଥାପନ ହେବ ବୋଲି ଘୋଷଣା କରିଛନ୍ତି । ପରେ ସେ ଓଖା-ଭେଟ ଦ୍ୱାରକା ମଧ୍ୟରେ ୯୬୨.୪୨ କୋଟି ଟଙ୍କାର ଏକ ଚାରି ଥାକିଆ ବ୍ରିଜ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହିପରି ପୋରବନ୍ଦର-ଦ୍ୱାରକା ଜାତୀୟ ରାଜପଥ ଓ ଗଡୁ-ପୋରବନ୍ଦର ରାଜପଥକୁ ଚାରି ଥାକିଆ ଯୋଜନା ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରେ ୨,୫୦୦ କୋଟି ଟଙ୍କାର ରାଜକୋଟ୍ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହିପରି ଗାନ୍ଧିନଗର ନିକଟରେ ଆଇଆଇଟିର ନୂତନ କୋଠା ଉଦ୍ଘାଟନ କରିଥିଲେ।
ଆସନ୍ତାକାଲି ମୋଦି ଉତ୍ତର ଗୁଜରାଟର ନିଜ ସହର ବଡ଼ନଗର ଗସ୍ତ କରି ୫୦୦ କୋଟି ଟଙ୍କାର ଏକ ସାର୍ବଜନୀନ ଡାକ୍ତରଖାନା ଏବଂ ମେଡିକାଲ କଲେଜର ଉଦ୍ଘାଟନ କରିବା ସହ ପୁର୍ନବିକଶିତ ଶର୍ମିଷ୍ଠା ହ୍ରଦକୁ ଲୋକାର୍ପିତ କରିବେ। ପରେ ମୋଦି ଉତ୍ତର ଗୁଜରାଟର ୧୨୦୦ କୋଟି ଟଙ୍କାର ଆରାବଳି ଜିଲ୍ଲାର ଦେବୀ ନି ମୋରି ଆନ୍ତର୍ଜାତିକ ବୌଦ୍ଧ ସ୍ମରକୀର ଭିତ୍ତିପ୍ରସ୍ତର ସ୍ଥାପନ ସହ ନର୍ମଦା ନଦୀ ଉପରେ ୩,୦୦୦ କୋଟି ଟଙ୍କାର ଭାଦଭୁତ ବ୍ୟାରେଜ୍ର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/Narendra-Modi_Gujarat-620x400.jpg)