ସନ୍ଧ୍ୟା ୬ ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଟ୍ୱିଟ୍ କରି ଦେଲେ ସୂଚନା

ନୂଆଦିଲ୍ଲୀ: ସନ୍ଧ୍ୟା ୬ ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।  ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ ଆସିବା ପରେ ପ୍ରଧାନମନ୍ତ୍ରୀ କେଉଁ ବିଷୟରେ ଦେଶବାସୀଙ୍କୁ ଜଣାଇବେ ସେନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । କିଛି ରାଜନୈତିକ ବିଶେଷଜ୍ଞଙ୍କ ମତରେ ପ୍ରଧାନମନ୍ତ୍ରୀ କରୋନାକୁ ନେଇ ଦେଶବାସୀଙ୍କୁ କିଛି ସୂଚନା ଦେଇପାରନ୍ତି । ଅନ୍ୟପଟେ ନୂତନ କୃଷିବିଲ୍ ଉପରେ ବି ସେ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବିହାର ନିର୍ବାଚନ ସହ ଦେଶର ଅନେକ ସ୍ଥାନରେ ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ସାମାଜିକ ଦୂରତାକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିପାରନ୍ତି । ସେପଟେ ଗୋଷ୍ଠୀ ସଂକ୍ରମଣ ବାବଦରେ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ବାବଦରେ ବି ପ୍ରଧାନମନ୍ତ୍ରୀ ଆଲୋଚନା କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏସବୁ ଆଶଙ୍କା କରାଯାଉଥିବା ବେଳେ କ’ଣ ରହିବ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ତାହା ଜାଣିବା ପାଇଁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

ସମ୍ବନ୍ଧିତ ଖବର