କରୋନାର ତୃତୀୟ ଲହରକୁ ନେଇ ବଢ଼ିଲା ଚିନ୍ତା: ମୁକାବିଲା ନେଇ ଆଜି ଅପରାହ୍ନରେ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନାର ତୃତୀୟ ଲହରକୁ ନେଇ ବଢିଲା ଚିନ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ଅପରାହ୍ନ ୩ଟା ୩୦ରେ କରୋନା ସ୍ଥିତି ନେଇ ଜରୁରୀ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ବୈଠକରେ ବର୍ତ୍ତମାନର କରୋନା ସ୍ଥିତି ନେଇ ମଧ୍ୟ ଚର୍ଚ୍ଚା କରାଯିବ । ଏହାସହ ମହାମାରୀରୁ ବର୍ତ୍ତିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ଉପରେ ମଧ୍ୟ ସମୀକ୍ଷା କରାଯିବ।

ସୂଚନା ଅନୁସାରେ ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, କ୍ୟାବିନେଟ୍ ସଚିବ ଓ ନୀତି ଆୟୋଗ ମୁଖ୍ୟ ସାମିଲ ହେବେ । କରୋନାର ତୃତୀୟ ଲହରରୁ ମୁକୁଳିବା ପାଇଁ ନୂଆ ପଦକ୍ଷେପ ନେଇ ବୈଠକରେ ଆଲୋଚନା କରାଯିବ । ଆସନ୍ତା ଅକ୍ଟୋବରରେ କରୋନାର ତୃତୀୟ ଲହର ଶୀର୍ଷ ଛୁଇଁବା ନେଇ ସତର୍କ କରାଇଛନ୍ତି ବିଶେଷଜ୍ଞ । ଏନେଇ ପୂର୍ବ ପ୍ରସ୍ତୁତି ବିଷୟରେ ବୈଠକରେ ଆଲୋଚନା କରାଯିବ।

PM Modi to inaugurate New Bhaupur-New Khurja section of eastern freight  corridor on Dec 29 | Latest News India - Hindustan Times
Hindustan Times

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏନଆଇଡିଏମ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଅକ୍ଟୋବରରେ ଦେଶରେ ତୃତୀୟ ଲହର ଶୀର୍ଷରେ ପହଞ୍ଚିଥିବ । ଦୈନିକ ୪ଲକ୍ଷ ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଥିବା ରିପୋର୍ଟରେ କୁହାଯାଇଛି । ତୃତୀୟ ଲହରରେ ଅଧିକ ଛୋଟ ପିଲା ସଂକ୍ରମିତ ହେବାର ଆଶଙ୍କା ଥିବାରୁ ମୁକାବିଲା ପାଇଁ ଚିକିତ୍ସା ସୁବିଧା ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଛି କମିଟି ।

 

ସମ୍ବନ୍ଧିତ ଖବର